ବାଘଶଳା ମଠ ମହନ୍ତଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ବ୍ୟକ୍ତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶଳା ମଠ ମହନ୍ତ ରାଧାଚରଣଦାସଜୀଙ୍କ (୭୩) ବୟସରେ ଭୁବନେଶ୍ବରର ହାଇଟେକ ମେଡିକାଲ କଲେଜରେ ଦେହାନ୍ତ ହୋଇଯାଇଥିବାର ଜଣାପଡିଛି | ସ୍ୱର୍ଗତ ରାଧାଚରଣ ଦାସଜୀ ସମଗ୍ର ଅଞ୍ଚଳରେ ଜଣେ ପ୍ରତିଷ୍ଠିତ ଧାର୍ମିକ ବ୍ୟକ୍ତିତ୍ୟ ଥିବା ବେଳେ ବହୁ ସମାଜସେବା କାର୍ଯ୍ୟରେ ଲିପ୍ତ ଥିଲେ | ତାଙ୍କରି ଦ୍ବାରା ବିଭିନ୍ନ ସ୍କୁଲ କଲେଜ ମଧ୍ୟ ପ୍ରତିଷ୍ଟା ହୋଇଥିବା ଏବଂ ବିଦ୍ୟାର୍ଥୀଙ୍କୁ ଉତ୍ସାହିତ କରିବାରେ ପ୍ରମୁଖ ଭୂମୀକା ଗ୍ରହଣ କରିଆସୁଥିଲେ | ତାଙ୍କରୀ ନିଧନରେ ସମଗ୍ର ଗଜପତି ଜିଲ୍ଲାର ବିଭିନ୍ନ ମହଲରେ ଶୋକ ବ୍ୟକ୍ତ ପ୍ରକାଶ ପାଇଛି | ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ପାରଳା ବିଧାୟକ କେ.ନାରାୟଣ ରାଓ, ମୋହନା ବିଧାୟକ ଦାଶରଥୀ ଗମାଙ୍ଗ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଜି.ତିରୁପତିରାଓ, ପାରଳା ପୌରାଧ୍ୟକ୍ଷ ନିର୍ମଳା ସେଠୀ, ଉପାଧ୍ୟକ୍ଷ ଲେଙ୍କା ମଧୂ ପ୍ରମୁଖଙ୍କ ସମେତ ପ୍ରଶାସନିକ ସ୍ତରରେ ମଧ୍ୟ ଶୋକ ବ୍ୟକ୍ତ ହୋଇଛି | ସ୍ୱର୍ଗତ ରାଧାଚରଣ ଦାସଜୀଙ୍କ ମୃତ ଦେହ ବାଘଶଳା ଗ୍ରାମକୁ ଆଜି ରାତ୍ର ସମୟରେ ପହଞ୍ଚିବ ବୋଲି ଜଣାପଡିଛି | ଆସନ୍ତାକାଲି ସମସ୍ତ ରିତୀନୀତୀରେ ଅନ୍ତେଷ୍ଟିକ୍ରିୟା ହେବ ବୋଲି ସୂଚନା ମିଳିଛି | ଭୁବନେଶ୍ବର ଠାରେ ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀ ଖୋଦ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଦେଇଥିବା ବେଳେ ମହନ୍ତଙ୍କ ବିୟୋଗରେ ଗଭୀର ମର୍ମାହତ ବୋଲି ଶୋକ ସନ୍ଦେଶ ପ୍ରକାଶ କରିଛନ୍ତି |


