ବାଘୁଆ ବ୍ରାହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟ ପୁରୁଣା ଛାତ୍ର ବନ୍ଧୁ ମିଳନଆତ୍ମିୟତା, ନିବିଡତା ହିଁ ବନ୍ଧୁତା

ଯାଜପୁର,(ୱାଇଏନ୍ଏସ୍): ଆତ୍ମିୟତା ଏବଂ ନିବିଡତାପୂର୍ଣ୍ଣ ସମ୍ପର୍କ ହିଁ ବାସ୍ତବ ବନ୍ଧୁତା । ଲାଭ, କ୍ଷତି କିମ୍ବା ପାଇବା ହରାଇବା ମଧ୍ୟରେ ବନ୍ଧୁତା ସୀମିତ ନୁହେଁ । ସବୁ ପରିସ୍ଥିତିରେ ବନ୍ଧୁ କେବଳ ବନ୍ଧୁ ହୋଇ ରହିଥାଏ ବୋଲି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଚାରଗୋଠ ଗ୍ରାମ ନିକଟରେ ଥିବା କଠୌଣୀ ମଠ ପରିସରରେ ବାଘୁଆ ବ୍ରାହ୍ମଣୀ ଦେବୀ ଉଚ୍ଚ ବିଦ୍ୟାଳୟର ୨୦୧୫-୧୭ ବ୍ୟାଚର ଅନୁଷ୍ଠିତ ବନ୍ଧୁ ମିଳନରେ ଏହି ମତ ପ୍ରକାଶ ପାଇଛି । ଏହି ବନ୍ଧୁ ମିଳନରେ ଉପସ୍ଥିତ ସମସ୍ତ ପୁରାତନ ଛାତ୍ର ଛାତ୍ରୀମାନେ ନିଜର ପୁରୁଣା ଦିନର ଛାତ୍ର ଜୀବନର ବିଭିନ୍ନ ସ୍ମୃତି ଓ ଅବୁଭୂତିକୁ ପରସ୍ପର ମଧ୍ୟରେ ବାଣ୍ଟିବା ବେଳେ ବୈଠକ ସ୍ଥଳରେ ଆବେଗପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଥିଲା । ଅତୀତରେ ଗୁରୁ ଛାତ୍ର ସମ୍ପର୍କରେ ଅସରନ୍ତି ଭକ୍ତି ଓ ବିଶ୍ୱାସ ରହିଥିଲା । ଏହା ଧାରାକୁ ଅଧିକ ଉଜ୍ଜିବିତ କରିବାକୁ ପୁରାତନ ଛାତ୍ରମାନେ ଏବେକାର ଛାତ୍ର ମାନଙ୍କୁ ପ୍ରେରଣା ପ୍ରଦାନ କରନ୍ତୁ । ନିଜର କର୍ମମୟ ଜୀବନରେ ସମସ୍ତେ ନିଜର ସ୍କୁଲ ଜୀବନ ସାଥୀ ମାନଙ୍କୁ ବନ୍ଧୁତାର ବନ୍ଧନରେ ବାନ୍ଧି ରଖିବାକୁ ମତ ପ୍ରକାଶ କରା ଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସତ୍ୟଜିତ ସାହୁ ପରିଚାଳନା କରିଥିଲେ । ଏଥିରେ ମହେନ୍ଦ୍ର ସାହୁ, ମାନସ ସ୍ୱାଇଁ, ବଳରାମ ରାଉତ, ମାଗୁଣି ରାଉତ, ଦେବଦତ୍ତ ବେହେରା, ମନୋଜ ରାଉତ, ଆଲୋକ ମହାରଣା, ବସନ୍ତ ସାହୁ, ଦେବାନନ୍ଦ ପାତ୍ର, କୁଳମଣୀ ପ୍ରଧାନ, ପ୍ରିତି ସମର୍ପିତା ସାହୁ, ଶ୍ରାବଣୀ ପୃଷ୍ଟି, ଇପ୍ସିତା ଦାସ, ପପିନା ରାଉତ, ମାମାଲି ରାଉତ, ପ୍ରୀତିପଦ୍ମା ସାହୁ, ଅଙ୍କିତା ସାହୁ, ନିହାରିକା ସାହୁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରି ମତ ପ୍ରଦାନ କରିଥିଲେ । ପ୍ରତିବର୍ଷ ଏଭଳି ବନ୍ଧୁ ମିଳନ ଉତ୍ସବ କରିବା ସହ ବିଭିନ୍ନ ସାମାଜିକ କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ଶେଷରେ ପରସ୍ପର ଠାରୁ ବିଦାୟ ନେଇଥିବା ବେଳେ ଏକ ଭାବବିହ୍ୱଳ ପରିବେଶ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ