ବାଘ ଛାଲ ଛଡ଼ାଇଲେ ନେତା

ଭୁବନେଶ୍ୱର : ବାଘ ଛାଲ କାରବାର କରୁଥିବା ନେଇ ଏସଟିଏଫ ଦ୍ୱାରା ଗିରଫ ହୋଇଥିବା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତର ସମିତିସଭ୍ୟ ଲକ୍ଷ୍ମୀଧର ନାୟକଙ୍କ ଏହି ବେଆଇନ କାରବାରର ଗୁମର ଧୀରେ ଧରରେ ଖୋଲିବାରେ ଲାଗିଛି । ଏହି କାରବାରରେ କେବଳ ଲକ୍ଷ୍ମୀଧର ନୁହଁନ୍ତି, ଆହୁରି କିଛି ବ୍ୟକ୍ତି ସାମିଲ ଥିବା ଜଣାଯାଇଛି । ଏପରିକି ଲକ୍ଷ୍ମୀଧର ବାଘକୁ ହତ୍ୟା ପରେ, ତାର ଶରୀରରୁ ଛାଲ ଉତାରୁଥିବାର ଏକ ଫଟୋ ଏବେ ପଦାକୁ ଆସିଛି । ଏହି ଫଟୋରେ ଲକ୍ଷ୍ମୀଧର ବାଘ ଶରୀରରୁ ଛାଲ ବାହାର କରୁଥିବା ବେଳେ, ଅନ୍ୟ ଦୁଇ ଜଣ ବ୍ୟକ୍ତି ପାଖରେ ଛିଡ଼ା ହୋଇ ତାଙ୍କୁ ସହଯୋଗ କରୁଥିବା ଦେଖାଯାଇଛି । ଏହି ଦୁଇ ବ୍ୟକ୍ତିଙ୍କ ଗୋଡ଼ ଦେଖା ଯାଉଥିବା ବେଳେ ମୁହଁ ଫଟୋରେ କଟିଯାଇଛି । ଏଥିସହିତ ଫଟୋ ଉଠାଇଥିବା ଜଣେ ବ୍ୟକ୍ତି ମଧ୍ୟ ରହିଥିବା କୁହାଯାଉଛି ।
ପ୍ରାଥମିକ ଅବସ୍ଥାରେ ସମିତି ସଭ୍ୟ ଶ୍ରୀ ବେହେରାଙ୍କ ସମେତ ଆହୁରି ତିନି ଜଣ ଥିବା ଆକଳନ କରାଯାଉଛି । କ୍ରାଇମବ୍ରାଂଚର ଏସଟିଏଫ ପ୍ରଥମେ କିଙ୍ଗପିନକୁ ଉଠାଇ ନେଇଥିବା ବେଳେ ଅନ୍ୟମାନଙ୍କୁ ଧରିବାକୁ ଜାଲ ବିଛାଉଥିବାର ବ୍ୟବସ୍ଥା କରୁଥିବା ଜଣାଯାଇଛି । ଏ ସମସ୍ତ ଘଟଣା ମଧ୍ୟରେ ଖୋର୍ଦ୍ଧା ବନଖଣ୍ଡ ଅଧୀନ ରଣପୁର ବନାଞ୍ଚଳ କର୍ତ୍ତୃପକ୍ଷଙ୍କ ଭୂମିକା ସନ୍ଦେହ ଘେରକୁ ଆସିଛି । ଅପରପକ୍ଷରେ ଘଟଣାର ଛାନଭିନ ଜାରିରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ