ବାଘ ବୁଲୁଥିବା ଗୁଜୁବ ସୃଷ୍ଟି ହୋଇଛି

ମୋହନା : ଗଜପତି ଜିଲ୍ଲା ମୋହନା ବନାଞ୍ଚଳ ଅଧିନସ୍ଥ ଗାଣ୍ଡାପଦର ଗ୍ରାମ ସଂରକ୍ଷିତ ଜଙ୍ଗଲରୁ ଏକ ବଳଦର ଗଳିତ ମୃତ କଙ୍କାଳ ମିଳିଥିବା ବେଳେ ବାଘ ବୁଲୁଥିବା ଗୁଜୁବ ସୃଷ୍ଟି ହୋଇଛି । ଦୁଇଦିନ ତଳେ ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ଏକ ବଳଦ ନିଖୋଜ ହୋଇଯାଇଥିଲା । ବହୁ ଖୋଜାଖୋଜି ପରେ ଜଙ୍ଗଲ ମଧ୍ୟରୁ ଉକ୍ତ ବଳଦର କେବଳ ପଞ୍ଜରା ହାଡ଼ ପଡିଥିବା ଦେଖିଥିଲେ । ପରେ ଏହା ବନ୍ୟ ଜୀବଜନ୍ତୁ ର ଉପଦ୍ରବ ସଂନ୍ଦେହ କରି ମୋହନା ବନବିଭାଗକୁ ଖବର ଦେଇଥିଲେ । ମୋହନା ବନ ବିଭାଗ ଏହି ଘଟଣା କୁ ଗମ୍ଭୀରତା ସହ ନେଇ ଗାଣ୍ଡାପଦର ଜଙ୍ଗଲରେ ଛାନ ଭିନ କରିଥିଲେ । ତେବେ ଉକ୍ତ ବଳଦ କୁ ଜଙ୍ଗଲୀ ଜୀବଜନ୍ତୁ ଶିକାର କରିଛି ନାଁ ଅନ୍ୟ କେଉଁ କାରଣରୁ ତାହା ସ୍ବଷ୍ଟ ଜଣାପଡ଼ିନଥିବା ମୋହନା ବନାଞ୍ଚଳ ଅଧିକାରୀ କଳ୍ପନା ନାୟକ ସୁଚନା ଦେଇଛନ୍ତି । ଅନ୍ୟପକ୍ଷରେ ଗ୍ରାମବାସୀ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ରହିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ