ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ ଅନିଶ୍ଚିତତା ଘେନି କ୍ରିୟାନୁଷ୍ଠାନ କମିଟି ବୈଠକରେ ଉଦ୍ବେଗ

ବାଲେଶ୍ୱର, ((ଯୁଗାବ୍ଦ ନ୍ୟୁ୍ଜ୍)): ବୁଧବାର ପୂର୍ବାହ୍ନରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟିର ବୈଠକ ନିଳିଆବାଗ ଠାରେ ସଂଘର ସଭାପତି ଶ୍ରୀ ଶୁଭଙ୍କର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ବାଙ୍କତିରା ଠାରେ ଜଳସେଚନ ପ୍ରକଳ୍ପ ନହୋଇ ଏହା ସ୍ଥାନାନ୍ତରିତ ହେବାର ଖବର ଜଳସେଚନ ପ୍ରକଳ୍ପ ଘେନି ଉପକୃତ ହେଉଥିବା ପନ୍ଦରଟି ପଞ୍ଚାୟତର ଲୋକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବା ସ୍ଥଳେ ଏହି ବିଷୟରେ ସବିଶେଷ ବିବରଣୀ ସଂଘର ସାଧାରଣ ସଂପାଦକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ସୂଚନା ଦେବା ସଙ୍ଗେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ସଂପର୍କରେ ଲୋକମାନଙ୍କ ମତାମତ ଲୋଡ଼ିଥିଲେ । ସଂଘର ଉପସଭାପତି ଇଂ. ପ୍ରଦୀପ ମହାନ୍ତି, ଶ୍ରୀ ପ୍ରଭୁଚରଣ ରାଉତ, କୋଷାଧ୍ୟକ୍ଷ ଶ୍ରୀ ଲମ୍ବୋଦର ପ୍ରଧାନ, ଉତ୍ତମ ପ୍ରଧାନ, ଶ୍ରୀକୃଷ୍ଣ ଗିରି, ବିଜୟକୃଷ୍ଣ ବେରା, ଦୁର୍ଗାପଦ ଭୂୟାଁ, ସଦାଶିବ ନାୟକ, ଚନ୍ଦ୍ରଶେଖର ପାଣି, ଶଶିକାନ୍ତ ବେହେରା, ମନୋରଞ୍ଜନ ପ୍ରଧାନ, ଅଭିମନ୍ୟୁ ଦାସ, ଅନନ୍ତ ମହାଳିକ, ଚୈତନ୍ୟ ମହାପାତ୍ର, ଦିବାକର ତରେଇ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆଗାମୀ ଦିନରେ ତୀବ୍ର ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାପାଇଁ ମତ ରଖିଥିଲେ । ନବନିର୍ବାଚିତ ବିଧାୟକ, ସାଂସଦ ପ୍ରମୁଖଙ୍କୁ ଏହି ବିଷୟରେ ଅବଗତ କରି ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାପାଇଁ ସତର୍କବାଣୀ ସହ ଆଇନଗତ ପଦକ୍ଷେପ ନେବାପାଇଁ ମତାମତ ପ୍ରକାଶ ପାଇଥିଲା । ଏଥିରେ ଜଳସେଚିତ ହେବାକୁ ଥିବା ୧୫ଟି ପଞ୍ଚାୟତର ବହୁ କମିଟି ସଦସ୍ୟ ଓ ପ୍ରତିନିଧିମାନେ ଯୋଗଦେଇଥିଲେ । ଶେଷରେ ସଂଯୋଜକ ଶ୍ରୀ ଚକ୍ରଧର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ