ବାଙ୍କତିରା ଜଳସେଚନ ପ୍ରକଳ୍ପକୁ ଅନୁଦାନ ମଞ୍ଜୁର : ସରକାରଙ୍କୁ କୃତଜ୍ଞତା

ବାଲେଶ୍ୱର, (ସରୋଜ ପଣ୍ଡା) :ଦୀର୍ଘ ଦୁଇ ଦଶନ୍ଦିର ପ୍ରୟାସରେ ପ୍ରସ୍ତାବିତ ବାଙ୍କତିରା ଜଳସେଚନ ପ୍ରକଳ୍ପକୁ ଅନୁଦାନ ମଞ୍ଜୁର ହେବା ନେଇ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । ସ୍ଥାନୀୟ ଆତିଥ୍ୟ ଭବନ ସଭାଗୃହରେ ସୋମାବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଙ୍କତିରା ଜଳସେଚନ ପ୍ରକଳ୍ପ ନିର୍ମାଣ କ୍ରିୟାନୁଷ୍ଠାନ କମିଟି ସଭାପତି ଶୁଭଙ୍କର ମହାପାତ୍ର, ସାଧାରଣ ସମ୍ପାଦକ ପ୍ରତାପ ଚନ୍ଦ୍ର ନାୟକ, ଉପ-ସଭାପତି ଇଂ ପ୍ରଦୀପ ମହାନ୍ତି ଓ ପ୍ରଭୁଚରଣ ରାଉତ, ସଂଯୋଜକ ଚକ୍ରଧର ମହାନ୍ତି ପ୍ରମୁଖ ଯୋଗଦେଇ ବାଙ୍କତିରା ଜଳସେଚନ ପ୍ରକଳ୍ପ ପାଇଁ ଦୀର୍ଘବର୍ଷ ଧରି ଚାଲିଥିବା ପ୍ରୟାସ ସମ୍ପର୍କରେ ସୂଚନା ଦେଇଥିଲେ । କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୦୦୩ ମସିହାରେ ରାଜ୍ୟପାଳ ଏମ ରାଜେନ୍ଦ୍ରନଙ୍କୁ ପ୍ରଦାନ କରାଯାଇଥିବା ସ୍ମାରକପତ୍ରକୁ ସେ ସେତେବେଳେ ରାଜ୍ୟ ସରକାରଙ୍କୁ ସୁପାରିସ କରିଥିଲେ । ଏମିତିକି ଜଳସେଚନ ସର୍ବେକ୍ଷଣ ଓ ଅନୁସନ୍ଧାନ ବିଭାଗ ପକ୍ଷରୁ ମଧ୍ୟ ଏହି ପ୍ରକଳ୍ପକୁ ସବୁଜ ସଙ୍କେତ ମିଳିଥିଲା । ରାଜ୍ୟ କ୍ୟାବିନେଟ ସାଙ୍ଗକୁ ବୈଷୟିକ କମିଟି, ପରିବେଶ, ବନ ବିଭାଗ ଓ ପଲୀସଭାରେ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିବା ପରେ ଏବେ ନିର୍ମାଣ କାର୍ଯ୍ୟ ପାଇଁ ସରକାରୀ ସ୍ତରରେ ଉପକ୍ରମ ଆରମ୍ଭ ହୋଇଛି ବୋଲି କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତା ସୂଚନା ଦେଇଚନ୍ତି । କେନ୍ଦ୍ର ଜଳ ଆୟୋଗ ଓ ରାଜ୍ୟ ଜଳସେଚନ ବିଭାଗ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ହେବାକୁ ଥିବା ଏହି ପ୍ରକଳ୍ପ ପାଇଁ ପ୍ରଥମ ପର୍ଯ୍ୟାୟରେ ୪ଶହ କୋଟି ଟଙ୍କାର ଅନୁଦାନ ମଞକଜୁର ହୋଇଥିବା ବେଳେ ପରେ ଚାଷଜମିକୁ କେନାଲ ସଂଯୋଗ ପାଇଁ ଆଉ୨ଶହ କୋଟି ଟଙ୍କାର ଅଟକଳ ମଞ୍ଜୁର ହେବ । ରାଜ୍ୟ ସମ୍ପଦ ବିଭାଗ ପକ୍ଷରୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ୱାନ ବି କରାଯାଇଛି ।ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ରେମୁଣା ଓ ସଦର ବ୍ଲକର ୧୫ କୋଟି ପଞ୍ଚାୟତରେ ୨୫ ହଜାର ଏକରରୁ ଅଧିକ ଚାଷଜମି ଜଳସେଚିତ ହେବ ବୋଲି କ୍ରିୟାନୁଷ୍ଠାନ କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି । କମିଟିର ନିରନ୍ତର ପ୍ରୟାସ ଫଳରେ ଦୁଇଗୋଟି ବ୍ଲକର ଲୋକଙ୍କ ବହୁଦିନର ସ୍ୱପ୍ନ ସାକାର ହେବାକୁ ଯାଉଥିବା ସେମାନେ କହିଛନ୍ତି । ଏନେଇ କମିଟିର କର୍ମକର୍ତ୍ତାମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଯାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କ୍ରିୟାନୁଷ୍ଠାନ କମିଟିର ବରିଷ୍ଠ ସଦସ୍ୟ ଲମ୍ବୋଦର ପ୍ରଧାନ, ବିଜୟ ବେରା, ଅଭିମନ୍ୟୁ ଦାସ, ସୁରେଶ ଜେନା ପ୍ରମୁଖ ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ