ବାଙ୍କେଶ୍ଵରୀ ଘାଟିରୁ ଓଲଟିଲା ଯାତ୍ରୀବାହୀ ଅଟୋ
ଦିଗପହଣ୍ଡି , (ଯୁଗାଦ୍ଦ ନ୍ୟୁଜ) : ଗଞ୍ଜାମ ଜିଲ୍ଲା ସ୍ଥିତ ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବି. ତୁରୁବୁଡ଼ି ପଞ୍ଚାୟତ କେରାଣ୍ଡି ମାଳ ପାହାଡ଼ ବାଙ୍କେଶ୍ଵରୀ ଘାଟିରେ ଯାତ୍ରୀ ବାହୀ ଅଟୋ ନଂ – ଓ ଡି ୦୭ ଏ ବି୪୭୪୧ ଓଲଟି ପଡିବାରୁ ୨ ଟି ପରିବାରର ୫ ଜଣ ଆହତ ହୋଇଥିବେଳେ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଶେରଗଡ଼ ଗ୍ରାମ ପାଇକ ସାହିର ଅଟୋ ଚାଳକ ଉଜ୍ଜଳ ମହାନ୍ତି। ସୁଚନାନୁସାରେ , ରବିବାର ଅପରାହ୍ନ ପ୍ରାୟ୧ଟା ସମୟରେ ପାହାଡ଼ ଶିଖରରେ ଥିବା ମାଁ ବାଙ୍କେଶ୍ବରୀଙ୍କ ଦର୍ଶନ ସାରି ଶେରଗଡ଼ ଓ ବଡ଼ ଗଡ଼ ଗାଁ ର ଦର୍ଶନାର୍ଥୀ ଅଟୋରେ ଫେରୁଥିବାବେଳେ ଅଟୋ ଚାଳକ ଘାଟିରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଏକ ପଥରକୁ ଧକ୍କା ଦେଇ ଘାଟି ରାସ୍ତାରେ ଓଲଟି ପଡିଥିଲା । ଅଟୋ ରେ ଥିବା ଶେରଗଡ଼ ଗ୍ରାମର ସୂର୍ଯ୍ୟନାରାୟଣ ପାତ୍ର, ସଂଯୁକ୍ତା ପାତ୍ର,ବଡ଼ ଗଡ ଗ୍ରାମର ସିକନ୍ଦର ପାତ୍ର, ପୁଷ୍ପଲତା ପାତ୍ର ଙ୍କ ସମେତ ଅଟୋ ଚାଳକ ଗୁରୁତର ଆହାତ ହୋଇଥିଲେ। ସୁଚନାପାଇ ଦିଗପହଣ୍ଡି ଅଗ୍ନିଶମ ଅଧିକାରୀ ବିଜୟ କୁମାର ନାୟକ ଘଟଣା ସ୍ଥଳରେ ପହଞ୍ଚି ୪ଆହାତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମକେସିଜିକୁ ଡାକ୍ତରଖାନା ପଠାଇ ଥିଲେ । ସେଠାରେ ଡାକ୍ତର ଅଟୋ ଚାଳକଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ପୋଲିସ ଡାକ୍ତର ଖାନା ରେ ପହଞ୍ଚି ଅଟୋ ଚାଳକ ଙ୍କ ମୃତଦେହକୁ ଜବତ କରି ମାମଲା ରୁଜ୍ଜୁ କରିବାସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରିଛନ୍ତି।