ବାଙ୍କେଶ୍ଵର ମହାଦେବ ଙ୍କ ପୀଠରେ କ୍ଷୀର ସାଗର ମେଳା
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଗୋପ ବ୍ଲକ ବଣିଆ ସାହି ବାଙ୍କେଶ୍ବର ମହାଦେବ ମନ୍ଦିର ରେ କ୍ଷୀର ସାଗର ମେଳା ଅନୁଷ୍ଠିତ ହୋଇ ଯାଇଛି। ପ୍ରାୟ ୨ ହଜାର ଲିଟର କ୍ଷୀର ଠାକୁର ଙ୍କୁ ଲାଗି ହେବା ପରେ ଏହି କ୍ଷୀର ରେ ଭକ୍ତ ଙ୍କ ପାଇଁ କ୍ଷୀରି ପ୍ରସ୍ତୁତ କରାଯାଇଥିଲା । ବର୍ଷ ବର୍ଷ ଧରି ହଜାର ହଜାର ଭକ୍ତ ଠାକୁରଙ୍କ ପାଖରେ ପୂଜାର୍ଚ୍ଚନା କରି ଆଶିଷ ଭିକ୍ଷା ଲାଭ କରିଛନ୍ତି । ନାମ ସଂକୀର୍ତ୍ତନ ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ବେଳେ ଯାଦବ ମାନଙ୍କ ଦ୍ଵାରା, ବାଡ଼ି ଓ ଲଉଡ଼ି ଖେଳ ପରିବେଷଣ କରାଯାଇଥିଲା । ମାନସିକଧାରୀ ମାନେ ମନସ୍କାମନା ପୂରଣ ହେବା ପରେ ଠାକୁର ଙ୍କ ପାଖରେ କ୍ଷୀର ଭୋଗ କରିଥାନ୍ତି । ହଜାର ହଜାର ଭକ୍ତ ଠାକୁରଙ୍କ ପାଖରେ ଲାଗି ହୋଇଥିବା କ୍ଷୀରି କୁ ଭକ୍ତ ମାନଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ବଣ୍ଟନ କରାଯାଇଥିଲା ।ଏହି ପରମ୍ପରା ବହୁ ପୁରାତନ କାଳରୁ ରହି ଆସିଥିବା ବେଳେ ଜନୈକ ଭକ୍ତ ଙ୍କ ଠାକୁରଙ୍କ ପ୍ରତି ସନ୍ଦେହ ସୃଷ୍ଟି ହେବା ପରେ ଠାକୁରଙ୍କ ଠାରେ ଲାଗି ହୋଇଥିବା କ୍ଷୀର ଶୁଖି ଯାଇଥିଲା ,,ଉକ୍ତ ଦିନ ଠାରୁ ଏହି ଠାରେ ଆଜିର ଦିନରେ ଠାକୁରଙ୍କ ପାଖରେ ଭିଡ଼ ପରିଲକ୍ଷିତ ହେଉଛି।ଅନ୍ୟପଟେ ଠାକୁରଙ୍କ ମହାମହିମା ରହିଛି ବୋଲି ଭକ୍ତ କହୁଥିଲା ବେଳେ ଯାହା ମାନସିକ କରିଥାନ୍ତି ତାହା ପୂରଣ ହୋଇଥାଏ ବୋଲି ବିଶ୍ଵାସ ରହି ଆସିଛି ।


