ବାଙ୍କେଶ୍ୱରୀ ଘାଟିରେ ଅଟୋ ଦୁର୍ଘଟଣା

ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ମା ‘ ନିଜ ବାଙ୍କେଶ୍ୱରୀ ଘାଟିରେ ବୁଧବାର ଅପରାହ୍ନ ପ୍ରାୟ ସାଢେ ୪ ଟା ରେ ଏକ ଯାତ୍ରୀବାହୀ ଅଟୋ ଓଲଟି ୨ ଜଣ ମହିଳା ଗୁରୁତର ଆହାତ ହୋଇଛନ୍ତି।ସେମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠି ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଗୁରୁତର ମହିଳା ଦ୍ୱୟ ହେଲେ ଗଞ୍ଜାମ ଥାନା କରପଡା ପଞ୍ଚାୟତ ଅନ୍ତର୍ଗତ ବାରିପୁର ଗ୍ରାମର ତିଳ ମୁଦୁଲି ଓ ନମିତା ମୁଦୁଲି।  ବାରିପୁର ଗ୍ରାମର ସଞ୍ଜୟ ବେହେରା ନାମକ ଜଣେ ମାନସିକ ଧାରୀ ନିଜର ଛୁଆ ଙ୍କ ମୁଣ୍ଡନ ଓ ପୂଜାର୍ଚ୍ଚନା  ପାଇଁ ଏକ ଅଟୋ ଯୋଗେ ତାଙ୍କ ସମ୍ପର୍କୀୟ ଲୋକ ଙ୍କୁ ନେଇ ମାଁ ନିଜ ବାଙ୍କେଶ୍ୱରୀ ପୀଠ କୁ ଯାଇ ସେଠାରେ ସମସ୍ତ କାର୍ଯ୍ୟକ୍ରମ ସାରି ଫେରୁଥିବା ବେଳେ ଘାଟି ମଝି ରାସ୍ତାରେ ଅଟୋ ଚାଳକ କୌଣସି କାରଣ ବଶଃତ ଭାରସାମ୍ୟ ହରାଇ ଅଟୋକୁ ରାସ୍ତା ପାର୍ଶ୍ବ ର ଏକ ପଥରକୁ ଧକ୍କା ଦେବା ଫଳରେ ଏଭଳି ଦୁର୍ଘଟଣା ଘଟିଥିବା  ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ