ବାଙ୍କେଶ୍ୱରୀ ଘାଟିରେ ଭ୍ୟାନ ଓଲଟି ୩୦ରୁ ଉର୍ଦ୍ଧ୍ବ ଆହାତ

ଦିଗପହଣ୍ଡି,(ଅଳକନାଥ ମିଶ୍ର): ମାନସିକ ଭୋଜି ଖାଇ ଫେରୁଥିବା ବେଳେ  ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ନିକଟ ବାଙ୍କେଶ୍ୱରୀ ଘାଟିରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ ଏକ ପିକ୍ ଅପ୍ ଭ୍ୟାନ ନଂ.( ଓଡ଼ି ୦୭ଏସି -୩୧୬୫ ) ଓଲଟି ପଡିବାରୁ ୩୦ ରୁ ଉର୍ଦ୍ଧ୍ବ  ପୁରୁଷ ମହିଳା ଓ ଶିଶୁ ଆହାତ ହୋଇଛନ୍ତି।ସେମାନଙ୍କ ମଧ୍ୟରୁ ୧୮ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ଗୁରୁତର ଆହାତ ମାନେ ହେଲେ ଜମ୍ଭୁ ସେଠୀ,ପଞ୍ଚୁ ସେଠୀ,ବୁଲୁ ସେଠୀ,କୁନା ସେଠୀ,ତମାଳ ସେଠୀ, ଜାଗରା ସେଠୀ, ରାଣୀ ସେଠୀ, ସୁବାସିନି ସେଠୀ, ମିଲନ ସେଠୀ,ଭାସ୍କର ସେଠୀ, ସିମାଞ୍ଚଳ ସେଠୀ, ଉଜ୍ଜଳ ସେଠୀ,ମଞ୍ଜୁ ସେଠୀ,ଟୁନା ସେଠୀ,ନାର୍ସୁ ସେଠୀ,ଦାସ ସେଠୀ, କୋରା ସେଠୀ ଓ ସୀମା ସେଠୀ।ସମସ୍ତ ଆହାତ ମାନଙ୍କୁ ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।୧୮ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।  ସାନଖେମୁଣ୍ଡି ବ୍ଲକ ଖଣ୍ଡଦୋଳି ଗ୍ରାମର ସିମାଞ୍ଚଳ ସେଠୀ ଙ୍କ ନାତି ର ମାନସିକ ମୁଣ୍ଡନ ପୂଜାର୍ଚ୍ଚନା ନିମନ୍ତେ ଖଣ୍ଡଦୋଳି, ଚଷାନିମଖଣ୍ଡି, ନିମଖଣ୍ଡିି ପେଣ୍ଠ,ସାହାସପୁର,ବି. ତୁରୁବୁଡ଼ି ଗ୍ରାମରେ ରହୁଥିବା ତାଙ୍କ ସମ୍ପର୍କୀୟ,ବନ୍ଧୁ ବାନ୍ଧବ ଓ ପରିବାର ଲୋକେ  ବି. ତୁରୁବୁଡ଼ି ଗ୍ରାମ ନିକଟ କେରାଣ୍ଡି ମାଳ ପର୍ବତ ଶିଖରରେ ଥିବା ମାଁ ନିଜ ବାଙ୍କେଶ୍ୱରୀ ଶକ୍ତି ପୀଠ କୁ ପିକ୍ଅପ୍ ଭ୍ୟାନ ଯୋଗେ ଯାଇଥିଲେ।ସେଠାରେ ପୂଜାର୍ଚ୍ଚନା ସାରି ଭୋଜି ଖାଇ ଫେରୁଥିବା ବେଳେ ଗାଡ଼ି   ଚାଳକ ନିୟନ୍ତ୍ରଣ ହରାଇଥିଲେ। ଭ୍ୟାନ ଟି ପିଲିକାଢିଅ ଗାଁ ନିକଟ ଘାଟି ରାସ୍ତାରେ ଓଲଟି ପଡ଼ିଥିଲା।ଖବରପାଇ ବି. ତୁରୁବୁଡ଼ି ପଞ୍ଚାୟତ ସରପଞ୍ଚ ବି .ଲିଙ୍ଗରାଜ ଦୋରା ଏବଂ ବହୁ ସଂଖ୍ୟକ ବ୍ୟକ୍ତି ଘଟଣାସ୍ଥଳରେ ପହଞ୍ଚି ଦିଗପହଣ୍ଡି ପୁଲିସ , ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ବୃନ୍ଦ,ଆମ୍ବୁଲାନ୍ସ କର୍ମଚାରୀ ବୃନ୍ଦ ମିଳିତ ଭାବେ ସମସ୍ତ ଆହାତ ଙ୍କୁ ଉଦ୍ଧାର କରି ପ୍ରଥମେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗସ୍ତ ଭ୍ୟାନ କୁ ଜବତ କରିବା ସହ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି ।ଭ୍ୟାନ ଚାଳକ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ