ବାଙ୍ଗରଡା ଗ୍ରାମରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗାଙ୍ଗପୁର ଥାନା ଅନ୍ତର୍ଗତ ବାଙ୍ଗରଡା ଗ୍ରାମରେ ଗ୍ରାମ ବାସୀଙ୍କ ମିଳିତ ସହଯୋଗରେ ଚବିଶି ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ ଓ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି I ବାଙ୍ଗରଡା ଗ୍ରାମ ସଭାପତି କାମରାଜୁ ଭୋଳଙ୍କ ଆବାହନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରତାଦେଈପୁର ଶାସନ,ଖମାର ପଲ୍ଲୀ, ଖଣ୍ଡରୁ,ସୁନାରୀ ବୁଗୁଡ଼ା ଏବଂ ଖଇରପୁଟିର ସଂକୀର୍ତ୍ତନ ଦଳ ଅଂଶଗ୍ରହଣ କରିଛନ୍ତି I କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶିକାନ୍ତ ସାହୁ, ବିଧାୟିକା ମଞ୍ଜୁଳା ସ୍ୱାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦ୍ଧ ଅଧକ୍ଷା ବିନେତା ସ୍ୱାଇଁ,ରାଜ୍ୟ ବିଜୁ ଜନତା ଦଳ ମହିଳା ସମ୍ପାଦିକା କଳ୍ପନା ଭୋଳ, ଅଧକ୍ଷ ସୁଧୀର କୁମାର ଭୋଳ,୧ ନଂ ଜୋନ ଜିଲ୍ଲା ପରିଷଦ୍ଧ ତନ୍ମଇ ନାହାକ ,ବିଜୁ ଜନତା ଦଳର ନେତା ତଥା ନଗର ସଭାପତି ସତ୍ୟନାରାୟଣ ସ୍ୱାଇଁ, ପୂର୍ବତନ ଆସିକା ପଂଚାୟତ ସମିତି ଅଧ୍ୟକ୍ଷ ହରେ କୃଷ୍ଣ ମଲ୍ଲିକ୍, କେନ୍ଦୁପଦର ସରପଞ୍ଚ ଭବାନୀ ଶଙ୍କର ମଲ୍ଲିକ,ସମିତିସଭ୍ୟ ବାସନ୍ତୀ ପ୍ରଧାନ, ବାଙ୍ଗରଡା ସମିତି ସଭ୍ୟା ଶିଖା ମଲ୍ଲିକ, ଶିକ୍ଷକ ବଂଶୀଧର ପରିଡା, ଶିକ୍ଷକ ତ୍ରିଲୋଚନ ନାୟକ, ସମାଜସେବୀ ସୁଶାନ୍ତ କୁମାର ନାୟକ ଏବଂ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗଦେଇ ଗ୍ରାମବାସୀଙ୍କ ଉତ୍ସାହ ବଢାଇଛନ୍ତି I କାର୍ଯ୍ୟକ୍ରମ ପରିଚାଳନାରେ ଭାଗବତ ଯୁବ କଳା ସଂସଦର ସମସ୍ତ ସଦସ୍ୟ, ଲଡ଼ୁ କିଶୋର ନାୟକ, ରଞ୍ଜନ ବିଶ୍ୱାଳ,ନୃସିଂହ ପରିଡ଼ା, କାଳୁଚରଣ ପରିଡ଼ା,ସନ୍ତୋଷ କୁମାର ବିଶ୍ୱାଳ, ସୁବାଷ ଚନ୍ଦ୍ର ସାମଲ,ବିଜୟ ଜେନା, ଲକ୍ଷ୍ମଣ ବିଶ୍ୱାଳ,ଲିଙ୍ଗରାଜ ବେହେରା, ରମେଶ ଚନ୍ଦ୍ର ଘଡ଼େଇଙ୍କ ସମେତ ବାଙ୍ଗରଡା ଏବଂ ପଣସ ପଲ୍ଲୀ ଗ୍ରାମବାସୀ ସହଯୋଗ କରୁଛନ୍ତି I ଗାଙ୍ଗପୁର ପୋଲିସ୍ କାର୍ଯ୍ୟକ୍ରମରେ ଶାନ୍ତି, ଶୃଙ୍ଖଳା ରକ୍ଷା ଦିଗରେ ସହଯୋଗ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ