ବାଙ୍ଗଲାଦେଶୀ ହଟାଇବା ପ୍ରକ୍ରିୟା ଆରମ୍ଭ ଅଣ ନାଗରିକ ଓଡ଼ିଶାରେ ରହିପାରିବେନି:ଆଇନ ମନ୍ତ୍ରୀ

ଭୁବନେଶ୍ୱର,(ସମୀର ରଞ୍ଜନ ନାୟକ) :ରାଜ୍ୟରେ ବାଂଲାଦେଶୀ ଚିହ୍ନଟ ପାଇଁ ଜୋରଦାର ଧରପଗଡ଼। ଏସଟିଏଫକୁ ନୋଡାଲ୍‌ ଏଜେନ୍ସି ଦାୟିତ୍ବ ନେଇ ଡିଆଇଜି ପିନାକ ମିଶ୍ର ଦେଇଛନ୍ତି ସୂଚନା। ଅଣ ନାଗରିକଙ୍କର ଆଉ ଓଡ଼ିଶାରେ ଜାଗା ନାହିଁ। ଖୋଜି ଖୋଜି ଅଣ ନାଗରିକମାନଙ୍କୁ ଓଡ଼ିଶାରୁ ବାହାର କରାଯିବ। ଏନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ପୃଥ୍ୱୀରାଜ ହରିଚନ୍ଦନ। ମନ୍ତ୍ରୀ କହିଛନ୍ତି ବାଂଲାଦେଶୀଙ୍କୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଇଞ୍ଜିନିୟରିଂ ବିଭାଗ ଗୁଡ଼ିକ ସହ ଆଲୋଚନା ହୋଇଛି।ବିଭିନ୍ନ ଏଜେନ୍ସିରେ କାମ କରୁଥିବା ବାଂଲାଦେଶୀଙ୍କୁ ଚିହ୍ନଟ କରାଯିବ। ସାରା ରାଜ୍ୟରେ ଚିହ୍ନଟ ପ୍ରକ୍ରିୟା କରାଯିବ। କୌଣସି ଅଣ ନାଗରିକ ଓଡ଼ିଶାରେ ରହିପାରିବେ ନାହିଁ। ସମସ୍ତଙ୍କୁ ଖୋଜି ବାହାର କରାଯିବ। ଏବଂ ଓଡ଼ିଶାରୁ ତଡ଼ାଯିବ। ଏନେଇ ରାଜ୍ୟରେ ବାଂଲାଦେଶୀଙ୍କୁ ଚିହ୍ନଟ କରିବା ପାଇଁ ଜୋରଦାର ଧରପଗଡ଼ ଚାଲିଛି। ଏସଟିଏଫକୁ ନୋଡାଲ ଏଜେନ୍ସି ଦାୟିତ୍ୱ ନେଇ ଡିଆଇଜି ପିନାକ ମିଶ୍ରଙ୍କ ସୂଚନା। ଜିଲ୍ଲା ଅଧିକାରୀ, ତଟ ସୁରକ୍ଷା ବାହିନୀ, ସବୁ ଏଜେନ୍ସିକୁ ନିର୍ଦ୍ଦେଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ