ବାଙ୍ଗାଲୋର ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ବିଜ୍ଞାନ ମେଳା

ଶେରଗଡ଼, (ବିଭୁ ପ୍ରସାଦ ଦାସ):ବାଙ୍ଗାଲୋର ଠାରେ ଆୟୋଜିତ ହୋଇଥିବା ଜାତୀୟ ସ୍ତରୀୟ ବିଜ୍ଞାନ ମେଳା ( Science Exhibition ) ପାଇଁ ଉତୀର୍ଣ୍ଣ ହୋଇ ଜାତୀୟ ସ୍ତରରେ ଓଡ଼ିଶାକୁ ଗର୍ବ ଓ ଗୌରବ ଆଣିଥିବା ଶେରଗଡ଼ ବ୍ଲକ ଡେଙ୍ଗାପଦର ବିଦ୍ୟାଳୟର ପାଞ୍ଚ ଜଣ ଛାତ୍ରଛାତ୍ରୀଙ୍କ ସହ ବିଜ୍ଞାନ ଶିକ୍ଷୟତ୍ରୀଙ୍କ ସହ ସାକ୍ଷାତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ Joint Secretary ଶ୍ରୀ ସୁବ୍ରାଂଶୁ ମିଶ୍ର ସେମାନଙ୍କୁ ପୁଷ୍ପଗୋଚ୍ଛା ଓ ଟ୍ରଫି ଦେଇ ଶୁଭେଚ୍ଛା ସହ ଉତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମରେ ଶେରଗଡ଼ ବିଡ଼ିଓ ଶିବାଶିଷ ବରାଳ, ତହସିଲଦାର ତ୍ରିଦେବ ରଥ ଓ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଅଭିଭାବକ ଙ୍କ ସହ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l ଏହା ଆମ ଓଡ଼ିଶା – ଗଞ୍ଜାମ ଜିଲ୍ଲା – ଶେରଗଡ଼ ବ୍ଲକ ଓ ଡେଙ୍ଗାପଦର ଗ୍ରାମ ପାଇଁ ଗର୍ବ ଓ ଗୌରବର ବିଷୟ ll

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ