ବାଙ୍ଗିରିପୋଷିରେ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ ଉଦ୍ଘାଟିତ
ବାଙ୍ଗିରୀପୋଷୀ, (ଶିବ ଶଙ୍କର ମାନ୍ନା ):ଚାଉଳିଆଘରୀ ସ୍କୁଲ ପଡିଆରେ ପାଞ୍ଚତମ ତ୍ରିଦିବସୀୟ ଜାତୀୟ ହୋ ଲେଖକ ଓ କବି ସମ୍ମିଳନୀ ଉଦ୍ଘାଟିତ ହୋଯାଇଛି। ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ସାହିତ୍ୟିକ କବି ଓ ଲେଖକ ବିଞ୍ଜ ବିକ୍ରମ ସିଂ ବୋଦ୍ର ଯୋଗ ଦେଇଥିଲେ। ହୋ ଭାଷା ଶିକ୍ଷା ପରିଷଦ ଓଡିଶା ଭାରତର ସଭାପତି ଦିବାକର ସୟ, ସମ୍ପାଦକ ମାଥୁରା ଅଲ୍ଡ଼ା, ଉପଦେଷ୍ଟା କାଇରା ସିଂ ବନ୍ଦିଆ, ସାହିତ୍ୟକାର ଡୋବ୍ର ବୁଲିଅଲି, ଡ. ଜୟମଙ୍ଗଲ ହାଁସଦା ଡ. ସ୍ଵରସତି ଗାଗରାଇ ଆଦି ଯୋଗ ଦେଇ ହୋ ଭାଷା ଚିତୀର ପ୍ରତିଷ୍ଠାତା ଲାକୋ ବୋଦ୍ରା ଓ ବିର୍ଷମୁଣ୍ଡ।ଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଳ ଅର୍ପଣ କରି ସଭା ଉଦ୍ଘାଟନ କରିଥିଲେ। ପ୍ରଥମ ଦିନରେ ଚାରୋଟି ବିଭିନ୍ନ ବିଭାଗ ତଥା କବିତା ଗଳ୍ପ ଏବଂ ପଦ୍ୟ ଆଦିରେ ତିରିଶରୁ ଅଧିକ ଲେଖକ, କବି, ଗାଳ୍ପିକମାନେ ଯୋଗ ଦେଇ ନିଜର ସନ୍ଦର୍ଭ ଉପସ୍ଥାପନ କରିଥିଲେ। ଯାହା ସମୃଦ୍ଧି ହୋ ଭାଷାର ପରିଚୟ ପ୍ରଦାନ କରିଥିଲା। ଏହା ହିଁ ହୋ ଭାଷା ସାହିତ୍ୟ ବିକାଶର ଜଳନ୍ତା ଉଦାହରଣ କରିଛି। ଏହା ହିଁ ଆଜିର ସଭାରେ ପ୍ରକାଶ କରିଛି।
ଏଥିରେ ବିଗତ ସମ୍ମିଳନୀରେ ସଂଗୃହିତ ଏବଂ ଲିଖିତ ପୁସ୍ତକ ହୋ ସାନଗୋମ ସଗୋମ ଉନ୍ମଚନ କରଯାଇଥିଲା।ବାଙ୍ଗିରିପୋଷି ହୋ ସମାଜ କମିଟିର ସଭାପତି ବମିଆ ସିଂ ସଭା ପରିଚାଳନା କରୁଥିବା ବେଳେ ହୋ ଭାଷା ଶିକ୍ଷା ପରିଷଦ ଓଡିଶା ଭାରତର ସମ୍ପାଦକ ମାଥୁରା ଆଲଦା ସଭାଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।