ବାଙ୍ଗୁରିଗାଁ ପଞ୍ଚାୟତରେ କରୋନା ମୁକାବିଲା ପ୍ରସ୍ତୁତି ଜୋରଦାର

କାକଟପୁର,(ଗଣେଶ ଚନ୍ଦ୍ର ବେହେରା):କାକଟପୁର ନିକଟସ୍ଥ ବାଙ୍ଗୁରିଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ କରୋନା ମହାମାରୀ କୋଭିଡ ୧୯ ର ମୁକାବିଲା କରିବା ନିମନ୍ତେ ଵ୍ଯାପକ ପ୍ରସ୍ତୁତି କରାଯିବା ସହ ଲକ ଡାଉନ ନିର୍ଦ୍ଦେଶନାମା କୁ ପାଳନ କରିଵା ସହ ସାମାଜିକ ଦୂରତା ରକ୍ଷା ପାଇଁ ପଂଚାୟତ ପ୍ରଶାସନ ପକ୍ଷରୁ ସୁବନ୍ଦୋବସ୍ତ କରାଯାଇଛି। ଖଵରରୁ ପ୍ରକାଶ ଯେ କରୋନା ମହାମାରୀ କୋଭିଡ ୧୯ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ପଂଚାୟତ ସ୍ତରରେ ଆଇସୋଲେସନ ସେଣ୍ଟର ଖୋଲାଯିବା ସହ ପଂଚାୟତ ର ପ୍ରତ୍ଯେକ ଗ୍ରାମ ରେ ଵ୍ଯାପକ ଜନସଚେତନତା ସୃଷ୍ଟି କରାଯାଉଛି। ଏହି ପରିପ୍ରେକ୍ଷୀରେ କାକଟପୁର ଥାନା ଅଧୀନସ୍ଥ ବାଙ୍ଗୁରିଗାଁ ଗ୍ରାମ ପଞ୍ଚାୟତ ପକ୍ଷରୁ ୨୦ ଶଯ୍ୟା ବିଶିଷ୍ଟ ଆଇସୋଲେସନ ବେଡ ବାଙ୍ଗୁରିଗାଁ ନୋଡ଼ାଲ ପ୍ରାଥମିକ ବିଦ୍ୟାଳୟ ପରିସରରେ କରାଯାଇଛି। ଏହି କେନ୍ଦ୍ର କୁ ନିୟମିତ ସାନିଟାଇଜ କରାଯିବା ସହ ଏହାର ଦାୟିତ୍ବ ରେ ଥିବା ନୋଡ଼ାଲ ଆଫିସର ସରତ ଚରଣ ପ୍ରଧାନ ଓ ଜୀ.ଆର୍.ଏସ୍ ଗାୟତ୍ରୀ ମହାନ୍ତି ଓ ଓର୍ଚ ମ୍ଯାନ ଦିଲ୍ଲୀପ କାଣ୍ଡି, ବିଜୟ କାଣ୍ଡି ଦୁଇଜଣ ଙ୍କୁ ମୁତୟନ କରାଯାଇଛି। ଏହି କେନ୍ଦ୍ରରେ ପାନୀୟଜଳ ଯୋଗାଣ ପାଇଁ ଆକ୍ଯୁଗାର୍ଡ ଵ୍ଯଵସ୍ଥା, ୨୪ ଘଣ୍ଟା ଵିଦ୍ଯୁତ ଵ୍ଯଵସ୍ଥା ପାଇଁ ଇନଭୋଟର,ପରିମଳ ଵ୍ଯଵସ୍ଥା ପାଇଁ ୪ଗୋଟି ଶୌଚାଳୟ, ପ୍ରତ୍ୟେକ ବେଡ ନିକଟରେ ସାଵୁନ,ଵାଲଟି ମଗ ସହସାନିଟାଇଜର ରଖାଯାଇଛି। ଏହି ପରିପ୍ରେକ୍ଷୀରେ ପଂଚାୟତ ପକ୍ଷରୁ ବାହାରେ ଯେଉଁସବୁ ଲୋକ ମାନେ ଅଛନ୍ତି ସେମାନେ ଆସିଲେ ତାଙ୍କୁ ନିୟମିତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ସୂଚନା ଦେଇଛନ୍ତି ।ଏହି ଅବସରରେ ଗ୍ରାମ ପଞ୍ଚାୟତ ର ଜନସାଧାରଣ ଙ୍କ ମଧ୍ୟରେ ସାମାଜିକ ଦୂରତା ରକ୍ଷା କରାଯିଵା ସହ ମାକ୍ସ ବ୍ଯବହାର ଓ ସାନିଟାରୀଯ ସ୍ପ୍ରେ କରିବା ସହ ସରପଞ୍ଚ ସ୍ଵପ୍ନା ରାଣୀ ପ୍ରଧାନ ଘର ଘର ବୁଲି ସଚେତନତା କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ