ବାଙ୍ଗେରରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତ ପକ୍ଷରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସାାବିତ୍ରୀ ସେଠୀ, ସମିତିସଭ୍ୟା ନୋରମା ପଣ୍ଡା, କମୁନିଟି ହେଲଥ ଅଫିସର ସୂରିୟନନାଥ ପାଣିଗ୍ରାହୀ, ଚକ୍ରବର୍ତ୍ତୀ ପଣ୍ଡା, ପିଇଓ ଡମ୍ବରୁଧର ପଟ୍ଟନାୟକ, ନାଏବ ସରପଞ୍ଚ ନନ୍ଦ କିଶୋର ସାହୁ, ଜି.ଆର.ଏସ. ଜିନତ ଖାତୁନ ପ୍ରମୁଖ ଯୋଗଦେଇ ସ୍ୱଚ୍ଛତା ହିଁ ସେବା ଅଭିଯାନର ମହତ୍ୱ ସମ୍ପର୍କରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ବିଶେଷକରି ନିଜେ ସ୍ୱଚ୍ଛ ରହିବା ସାଙ୍ଗକୁ ପରିବେଶ ସ୍ୱଚ୍ଛ ରଖିଲେ ମଣିଷ ସୁସ୍ଥ ରହିବାପରିବ ବୋଲି ମତବ୍ୟକ୍ତ କରିଥିଲେ । ଆର.ଡବ୍ଲୁ.ଏସ.ଏସ ବ୍ଲକ ସଂଯୋଜକ କାର୍ତ୍ତିକ ପାତ୍ର ଯୋଗଦେଇ ପ୍ଲାଷ୍ଟିକ ବର୍ଜନ, ସାବୁନରେ ହାତ ଧୋଇବା, ଗାଁ ରାସ୍ତାଘାଟ ସଫା ରଖିବା ଭଳି ଅନେକ ସ୍ୱଚ୍ଛ ବାର୍ତ୍ତା ଦେଇ ଲୋକମାନଙ୍କୁ ସଚେତନ କରାଇଥିଲେ । ଏଥିରେ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶା କର୍ମୀ ଓ ଶତାଧିକ ଏସଏସଜି ଗ୍ରୁପର ସଦସ୍ୟା ମାନଙ୍କ ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଗ୍ରାମବାସୀମାନେ ମଧ୍ୟ ଯୋଗଦେଇଥିଲେ । ଏହି ଅବସରରେ ବ୍ଲକ ଅଧ୍ୟକ୍ଷାଙ୍କ ସମେତ ସରପଞ୍ଚ, ପିଇଓ, ଜିଆରଏସଙ୍କ ସହିତ ଅନ୍ୟ ଏସଏସଜି ଗ୍ରୁପର ମହିଳାମାନେ ମନ୍ଦିର ପରିସର, ସ୍କୁଲ ଓ ପଞ୍ଚାୟତ ଅଫିସ ସହିତ ଗ୍ରାମରାସ୍ତା ସଫେଇ କରିଥିଲେ ।ବସନ୍ତ କୁମାର ପଢ଼ିଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।


