ବାଙ୍ଗୋରରେ ଅଗ୍ନିକାଣ୍ଡ, ଗୋଟିଏ ପରିବାର ସର୍ବସ୍ୱାନ୍ତ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମର ବରପାଳ ସାହିରେ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ସର୍ବସ୍ୱାନ୍ତ ହୋଇଥିବା ଜଣାଯାଇଛି । ଗ୍ରାମର ଦୀନବନ୍ଧୁ ବେହେରାଙ୍କ ପରିବାର ଲୋକେ ଗତକାଲି ସନ୍ଧ୍ୟାରେ ସାହି ଭିତରକୁ ବୁଲିବାକୁ ଯାିଥିବାବେଳେ ଅକସ୍ମାତ ତାଙ୍କ ଘରେ ଅଗ୍ନିକାଣ୍ଡ ଘଟିଥିଲା ।ଉକ୍ତ ସ୍ଥାନକୁ ଦମକଳ ଯିବାର କୌଣସି ସୁବିଧା ନଥିବାରୁ ଗ୍ରାମବାସୀ ମାନେ ଦମକଳକୁ ମଧ୍ୟ ଡାକି ନଥିଲେ । ଲୋକମାନେ ପାଣି ଢ଼ାଳି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେବି ଘରଟିକୁ ନିଆଁ କବଳରୁ ରକ୍ଷା କରିପାରି ନଥିଲେ । ଫଳରେ ତାଙ୍କର ଘରଟି ସମ୍ପୁର୍ଣ୍ଣ ପୋଡିଯିବା ସହ ଘରେଥିବା ଚାଉଳ, ଲୁଗାପଟା ନମଗଦ ୩ହଜାର ଟଙ୍କା ସମେତ ସମସ୍ତ ଗୃହୋପକରଣ ସାମଗ୍ରୀ ପୋଡି ପାଉଁଶ ହୋଇଯାଇଥିଲା । ଖବରପାଇ ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମାଜସେବୀ ବସନ୍ତ ପଢ଼ିଆରୀ ପ୍ରମୁଖ ଉକ୍ତ ଗାଁକୁ ଯାଇ ପରିବାର ଲୋକଙ୍କୁ ଭେଟି ରାଜସ୍ୱ ବିଭାଗକୁ ସାହାଯ୍ୟ ପାଇଁ ଜଣାଇଥିଲେବି ରାଜସ୍ୱ ଅଧିକାରୀ ଘଟଣାସ୍ଥଳକୁ ଯାଇ ନଥିଲେ । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।


