ବାଙ୍ଗୋରରେ ନୁତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟିତ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ବାଙ୍ଗୋର ଠାରେ ନୁତନ ପଞ୍ଚାୟତ କାର୍ଯ୍ୟାଳୟ ଗୃହ ଉଦଘାଟିତ ହୋଇଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ପର୍ଶୁରାମ ପେଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା ପ୍ରମୁଖ ଯୋଗଦେଇ ଏଠାରେ କାର୍ଯ୍ୟଳୟ ଖୋଲିବା ଦ୍ୱାରା ବାଙ୍ଗୋର, କରଡାପାଳ ପ୍ରଭୃତି ଗ୍ରାମର ଲୋକମାନେ ପଞ୍ଚାୟତ ସହିତ ସହଜରେ ଯୋଗସୂତ୍ର ରକ୍ଷା କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଉତ୍ସବରେ ନାଏବ ସରପଞ୍ଚ ନନ୍ଦ କିଶୋର ସାହୁ, ୱାର୍ଡସଭ୍ୟ ସଞ୍ଜୁ ବିଶ୍ୱାଳ, ତପସ୍ୱିନୀ ଆୟଚ, ଅନିତା ନାଗ, ରଞ୍ଜନ କୁମାର ମହାରଣା, ଅଞ୍ଜନା ପରିଡା, ରବିନ୍ଦ୍ର କୁମାର ସାହୁ, ସୁଲୋଚନା ପାତ୍ର , ମୀତା ନାଇକ, ଝୁନୁ ପଇଦା, ସୁଶମା ପଢ଼ିଆରୀ, ପୁର୍ବତନ ବ୍ଲକ ବିଜେଡି ସଭାପତି  କୃଷ୍ଣ ଚନ୍ଦ୍ର ପରିଡା, ଚକ୍ରବର୍ତ୍ତୀ ପଣ୍ଡା, ରବିନ୍ଦ୍ର କୁମାର ସାହୁ, ଅଶୋକ ପଢ଼ିଆରୀ, ଅବନୀ ନାଇକ ପ୍ରମୁଖ ଯୋଗଦେଇଥିଲେ । ପବିତ୍ର ମୋହନ ପେଡା, ବସନ୍ତ ପଢ଼ିଆରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ସରପଞ୍ଚ ଅଙ୍କିତା ପଢ଼ିଆରୀ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ