ବାଙ୍ଗୋରରେ ବିଜେଡିର ଜନ ସଚେତନତା ପଦଯାତ୍ରା
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ଠାରେ ବିଜେଡିର ଜନ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ସୁରେନ୍ଦ୍ର କୁମାର ଜେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବ୍ଲକ ଉପାଧ୍ୟକ୍ଷ ରତିକାନ୍ତ ରାଉତ, ପୁର୍ବତନ ବ୍ଲକ ବିଜେଡି ସଭାପତି କୃଷ୍ଣଚନ୍ଦ୍ର ପରିଡା, ପୁର୍ବତନ ସରପଞ୍ଚ ବସନ୍ତ ପଢ଼ିଆରୀ, ବାଙ୍ଗୋର ପଞ୍ଚାୟତର ସରପଞ୍ଚ ଅଙ୍କିତା ପଢ଼ିଆରୀ, ସମିତିସଭ୍ୟା ମନୋରମା ପଣ୍ଡା ପ୍ରମୁଖ ସାମିଲ ହୋଇଥିଲେ । ହଜାରେରୁ ଉର୍ଦ୍ଧ ବିଜେଡି କର୍ମୀଙ୍କ ଦ୍ୱାରା ଅନୁଷ୍ଠିତ ଏହି ପଦଯାତ୍ରା ବାଙ୍ଗୋର ଗ୍ରାମରୁ ବାହାରି କରଡାପାଳ, ଜେଉଠବାହାଳି ଓଏମସି ପ୍ରଭୃତି ଗ୍ରାମ ପରିକ୍ରମା କରି ଆସିବାପରେ ବାଙ୍ଗୋର ଓଏମସି ପଡିଆ ଠାରେ ପହଞ୍ଚିବାପରେ ସେଠାରେ ଅନୁଷ୍ଠିତ ଏକ ସଭାରେ ବିଧାୟକଙ୍କ ସମେତ ଯୋଗଦେଇଥିବା ଅତିଥିମାନେ ଓ ଉପସ୍ଥିତ ଜନସାଧାରଣ ନବୀନ ବାବୁଙ୍କ ଜନ୍ମଦିନ ଅବସରରେ ଶଙ୍ଖ, ହୁଳହୁଳି ଓ କରତାଳି ମାଧ୍ୟମରେ ତାଙ୍କର ଦୀଘାୟୁ କାମନା କରିଥିଲେ । ବିଶେଷକରି ନବୀନବାବୁଙ୍କ ସମୟରେ ଜନ୍ମ ଠାରୁ ମୃତୁ୍ୟ ପର୍ଯ୍ୟନ୍ତ ଯେପରି ଜନହୀତକର ଯୋଜନା ଗୁଡିକ କାର୍ଯ୍ୟକ୍ଷମ ହେଉଛି ପୁର୍ବରୁ ତାହା ନଥିଲା । ବନ୍ୟା ବାତ୍ୟା ସମୟରେ ରାଜ୍ୟସରକାରଙ୍କ ପଦକ୍ଷେପ ସାରା ପୃଥିବୀରେ ବିରଳ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସେହିପରି ହାଟଡିହି ବ୍ଲକର ୩୪ନମ୍ବର ଜୋନରେ ଚାଷୀମାନେ ପ୍ରତିବର୍ଷ ମରୁଡିର ସମ୍ମୁଖୀନ ହେଉଥିବାରୁ ଏହି ଅଞ୍ଚଳରେ ଜଳସେଚନର ବ୍ୟବସ୍ଥା ପାଇଁ ରାଜ୍ୟସରକାର ନେଇଥିବା ପଦକ୍ଷେପକୁ ସମସ୍ତେ ସ୍ୱାଗତ କରିଥିଲେ । ଏଥିରେ ପୁର୍ବତନ ଜିଲ୍ଲାପରିଷଦ ରବିନ୍ଦ୍ର ନାୟକ, ସମାଜସେବୀ ତଥା ବିଜେଡି ନେତା ନାରାୟଣ ଜେନା, ପଞ୍ଚାୟତ ବିଜେଡି ସଭାପତି ପବିତ୍ର ମୋହନ ପେଡା, ବଙ୍କା ସାହୁ, ସରପଞ୍ଚ ଅଜିତ ରାଉତ, ମଦନ ମୋହନ ନନ୍ଦି, ଅଜୟ ଘଡେଇ, ସୁବୋଧ ପଣ୍ଡା, ନିରଞ୍ଜନ ପୃଷ୍ଟି, ରାଜେନ୍ଦ୍ର ପାତ୍ର, ବଳରାମ ଗିରି, ଶତୃଘ୍ନ ପାତ୍ର, ନରହରି ପାତ୍ର, ଶିବ ପ୍ରସାଦ ବେହେରା, ଆନନ୍ଦ ଚରଣ ରାଉତ, ରଘୁନାଥ ପରିଡା, ବଟକୃଷ୍ଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।