ବାଙ୍ଗୋରରେ ମାଡପିଟ ଘଟଣାରେ ୪ଗିରଫ

ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବାଙ୍ଗୋର ଗ୍ରାମରେ ଗତ ତିନିଦିନ ତଳେ ଘଟିଥିବା ମାଡପିଟ ଘଟଣାରେ ସୋସୋ ପୁଲିସ ୪ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି । ଅଭିଯୋଗକାରୀ ବାବୁନା ପାତ୍ରଙ୍କ ଅଭିଯୋଗ ଅନୁଯାଇ ଗତ ତିନିଦିନ ତଳେ ମାଇନ୍ସ ୟୁନିୟନ ବିବାଦକୁ ନେଇ ସେହି ଗ୍ରାମର ଟୁଙ୍ଗୁର ନାହାକ, ଭୀମ ନାହାକ, ଗୋପବନ୍ଧୁ ପରିଡା, ରାଜେନ୍ଦ୍ର ନାହାକ ପ୍ରମୁଖ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ବାବୁନା ସୋସୋ ଥାନାରେ ଅଭିଯୋଗ କରିବାପରେ ଥାନା ଅଧିକାରୀ ଅନିଲ କୁମାର ସାମଲ ଥାନା କେସନଂ୯୦/୨୦୨୩ରେ ଏକ ମାମଲା ରୁଜୁକରି ଘଟରାର ତଦନ୍ତ କରିବା ସହିତ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ