ବାଙ୍ଗୋର ଓ ଅଁରା ପଞ୍ଚାୟତରେ ନୂତନ ବିଲଡିଂ ର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ରେ ପଞ୍ଚାୟତ କାର୍ଯ୍ୟାଳୟ ନଥିବାରୁ ଅନେକ ପଞ୍ଚାୟତରେ ସମସ୍ୟା ସୃଷ୍ଟି ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ସରକାର ପ୍ରଥମ ପର୍ଯ୍ୟାୟରେ ବାଙ୍ଗୋର ଓ ଅଁରାକୁ ୩୫ ଲକ୍ଷ ଟଙ୍କା ଲେଖାଏଁ ଅନୁବନ ଯୋଗାଇ ଦେଇଛନ୍ତି। ଏଥିପାଇଁ ଏହି ଦୁଇଟି  ପଞ୍ଚାୟତରେ ନୂତନ ବିଲଡିଂ ର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଆଜି ଦିନ ସାଢେ ଦଶଟା ବେଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଭାସୀ ମାଧ୍ୟମରେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।  ଏଥିପାଇଁ ବାଙ୍ଗୋର ଓ ଅଁରା ପଞ୍ଚାୟତରେ ସ୍ୱତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଅଁରା ପଞ୍ଚାୟତରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସରପଞ୍ଚ ମମତା ବେହେରା, ପିଇଓ ସୁରେଶ ସେଠି, ଏଡିଓ ବିଦ୍ୟାଧର ସା, ନାୟବ ସରପଞ୍ଚ ହିମାଂଶୁ ଶେଖର ଜେନା, ସମାଜ ସେବୀ ବିଶ୍ୱମ୍ବର ବେହେରା, ୱାର୍ଡସଭ୍ୟ ହରିହର ସା, ମାମି ଦାସ, ବର୍ଷା ମୁଣ୍ଡା, ଗୌରାଙ୍ଗ ରାଉତଙ୍କ ସମେତ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ। ସେହିପରି ବାଙ୍ଗୋର ପଞ୍ଚାୟତରେ ସରପଞ୍ଚ ଅଙ୍କିତା ପଢିଆରି, ପିଇଓ ମୃତ୍ୟୁଞ୍ଜୟ ଦାସ, ସମିତି ସଭ୍ୟ ମନୋରମା ପଣ୍ଡା, ନାଏବ ସରପଞ୍ଚ ନନ୍ଦ କିଶୋର ସାହୁ, ପୂର୍ବତନ ସରପଞ୍ଚ ବସନ୍ତ ପଢିଆରି, ୱାର୍ଡ ସଭ୍ୟ ପ୍ରଦୀପ କୁମାର ପାତ୍ର, ରବୀନ୍ଦ୍ର କୁମାର ସାହୁ, ତପସ୍ୱିନୀ ନାଇକ, ବରିଷ୍ଠ ନାଗରିଜ ଶିଶିର କୁମାର ରାଉତ, ସନାତନ ପରିଡା, ସବିତା ନାଇକ, ଅଶୋଜ ପଢିଆରି, ମନୋରଞ୍ଜନ ପରିଡା, ପୂର୍ବତନ ସମିତି ସଭ୍ୟ ବଟକୃଷ୍ଣ ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ