ବାଙ୍ଗୋର ସମବାୟ ସମିତିରେ ଧାନମଣ୍ଡିର ଶୁଭାରମ୍ଭ

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକର ବାଙ୍ଗୋର ସମବାୟ ସମିତିର ଧାନମଣ୍ଡିର ଶୁଭାରମ୍ଭ ହୋଇଛି । ସମ୍ପାଦକ ସୁଶାନ୍ତ କୁମାର ମହାରଣାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମବାୟ ମ ସମିତିର ସଭାପତି ବିଶ୍ୱଜିତ ରାଉତ ପ୍ରମୁଖ ଯୋଗଦେଇ ଧାନ ମଣ୍ଡିର ଶୁଭାରମ୍ଭ କରିଥିଲେ । ଏଫ୍.କ୍ୟୁ ମାନର ଧାନ ଦେଇ ଉଚିତ୍ ପ୍ରାପ୍ୟ ପାଇବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମରେ ବୁଦ୍ଧଦେବ ବାରିକ, ରଙ୍ଗାଧର ବାରିକ, ଅଭିରାମ ମହାରଣା, ମାନସ ରଞ୍ଜନ ମହାନ୍ତି, ନଟବର ସାହୁ ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ଅନାମ ମହାକୁଡ଼, ଜୟକୃଷ୍ଣ ସାହୁ, ରବିନ୍ଦ୍ର ମହାନ୍ତି ରାଜନାରାୟଣ ରାଉତରାୟ, ଶତୃଘ୍ନ ବେହେରା ପ୍ରମୁଖ ଚାଷୀ ଯୋଗଦେଇ ଥିଲେ । ସମିତିର ସହ ସମ୍ପାଦକ ବିକାଶ ରଞ୍ଜନ ସାହୁ, ଶ୍ରୀକାନ୍ତ ସାହୁ, ମନମୋହନ ପେଡ଼ା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ