ବାଙ୍ଗୋର, ସୁଲଣ, କଳିଗାଁ, ଅଁରା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ବ୍ଲକ ବାଙ୍ଗୋର, ସୁଲଣ, କଳିଗାଁ ଓ ଅଁରା ପଞ୍ଚାୟତରେ ଆମ ଓଡ଼ିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଲଣ ପଞ୍ଚାୟତର ସରପଞ୍ଚ ମନୀଷା ରାଣୀସାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ସୁଲଣ ପଞ୍ଚାୟତରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକ ଉପରେ ପିଇଓ ମହେଶ୍ୱର ସାହୁ ସୂଚନା ଦେଇଥିଲେ। ଏହି ଅବସରରେ ଉପସ୍ଥିତ ଲୋକମାନଙ୍କୁ ସଫଳତା ପୁସ୍ତିକା ବଣ୍ଟନ କରାଯାଇଥିଲା। ପିଇଓ ମହେଶ୍ୱର ସାହୁ, ଜିଆରଏସ ଗଣେଶ୍ୱର ସାହୁ, ସମାଜସେବୀ ଦିଲ୍ଲୀପ କୁମାର ମଲ୍ଲିକ, ଲଷ୍ମୀଧର ଜେନା, ମାଧବାନନ୍ଦ ଜେନା, ମହେଶ୍ୱର ଜେନା, ବଳରାମ ଜେନା, ପ୍ରୀତି ପ୍ରକାଶ ମଲ୍ଲିକ, ବିଦ୍ୟାଧର ମଲ୍ଲିକ, ପ୍ରଶାନ୍ତ ଆଇଚ, ବିଜୟ ଲେଙ୍କା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ବାଙ୍ଗୋର ପଞ୍ଚାୟତ ରେ ସରପଞ୍ଚ ଅଙ୍କିତା ପଢ଼ିଆରୀଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ଯୁବ ସମାଜସେବି ଅଭିମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ। ବାଙ୍ଗୋର ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ କରାଯାଇଥିବା ଯୋଜନା ଗୁଡିକ ଉପରେ ବିଡ଼ିଓ ସୂଚନା ଦେଇଥିଲେ। ପୂର୍ବତନ ସରପଞ୍ଚ ବସନ୍ତ ପଢ଼ିଆରୀ, ଫେତୁ ପଣ୍ଡା, ଓ ପିଇଓ ସୁରେଶ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି କଳିଗାଁ ଠାରେ ସରପଞ୍ଚ ହେମଲତା ଯେନାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ ଯୋଗଦେଇ ସରକାର ଙ୍କ ଯୋଜନା ଗୁଡିକ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଏହି ଯୋଜନା ସମ୍ପର୍କରେ କିପରି ଲୋକମାନେ ସଚେତନ ହେବେ ସେନେଇ ସଫଳତା ପୁସ୍ତିକା ବଣ୍ଟନ କରିଥିଲେ। ପିଇଓ ଅମୂଲ୍ୟ ପହି, ପୂର୍ବତନ ସରପଞ୍ଚ ପୀତବାସ ଯେନା, ନାଏ ବ ସରପଞ୍ଚ ସୁଦର୍ଶନ ଦାସ, ବିଦ୍ୟାଧର ଜେନା, ସୁରେଶ ସାହୁ, ନିରାକାର ଦାସ, ମମତା ମଞ୍ଜରୀ ପାତ୍ର, ଦୀପାରାଣୀ ଧଳ, ପିତାମ୍ବର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିପରି ଅଁରା ପଞ୍ଚାୟତରେ ସରପଞ୍ଚ ମମତା ବେହେରା ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଭାଗିରଥି ସେଠୀ, ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ଉପାଧ୍ୟକ୍ଷ ରତିକାନ୍ତ ରାଉତ, ସମିତି ସଭ୍ୟା ନିଳିମା ଜେନା, ସମାଜସେବୀ ଅଭୀମନ୍ୟୁ ସେଠୀ ପ୍ରମୁଖ ଯୋଗଦେଇ ସରକାର ଙ୍କ ଲୋକାଭିମୁଖୀ ଯୋଜନା ଗୁଡ଼ିକ ସମ୍ପର୍କରେ ଆଲୋକପାତ କରିଥିଲେ।ଏହି ଅବସରରେ ସଫଳତା ପୁସ୍ତିକା ବଣ୍ଟନ କରାଯିବା ସହ ପାଲା ମାଧ୍ୟମରେ ସଚେତନ କରାଯାଇଥିଲା।