ବାଚସ୍ପତିଙ୍କ ଅଦାଲତ
ଲୋକସଭା ଏବଂ ବିଧାନସଭାରେ ଦଳବଦଳକୁ ରୋକିବା ଲାଗି ଆମ ଦେଶରେ ୯୦ ଦଶକରୁ କେବଳ ଆଇନ ନିରୋଧ ଆଇନ ବଳବତର ରହିଛି । ଏହି ଆଇନ ବଳରେ ବହୁ ଦଳବଦଳ କରିଥିବା ସଦସ୍ୟ ଅଯୋଗ୍ୟ ଘୋଷିତ ହେବାର ନଜୀର ରହିଛି । କିନ୍ତୁ ଆଇନରେ ବାଚସ୍ପତି କିମ୍ବା ଅଧ୍ୟକ୍ଷଙ୍କ ଉପରେ ବିଚାର କ୍ଷମତା ନ୍ୟସ୍ତ ରହିଛି । ବହୁ କ୍ଷେତ୍ରରେ ବାଚସ୍ପତିଙ୍କ ଭୂମିକାକୁ ନେଇ ମାମଲା ସୁପ୍ରିମକୋର୍ଟର ପହଁଚିଛି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି, ଶିବସେନାର ଉଭୟ ଗୋଷ୍ଠୀଙ୍କ ପକ୍ଷରୁ ଦଳବଦଳ ଆଇନ ଅନୁସାରେ ଦାୟର ହୋଇଥିବା ଅଯୋଗ୍ୟ ଘୋଷଣା ପିଟିସନ ଉପରେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତିଙ୍କ ନିଷ୍ପତି । ପିଟିସନ ଦାୟରର ଦୀର୍ଘ ୧୯ମାସରୁ ଉର୍ଦ୍ଧ୍ୱ ସମୟ ପରେ ବାଚସ୍ପତିଙ୍କ ନିଷ୍ପତି । ପିଟିସନ ଦାୟରର ଦୀର୍ଘ ୧୮ମାସରୁ ଉର୍ଦ୍ଧ୍ୱ ସମୟ ପରେ ବାଚସ୍ପତି ତାଙ୍କର ରାୟ ଘୋଷଣା କରିବାକୁ ସୁପ୍ରିମକୋର୍ଟଙ୍କର ଅନ୍ତିମ ଚେତାବନୀ ପରେ ବାଧ୍ୟ ହୋଇଛନ୍ତି । ତେବେ ବିଧେୟକ ମଣ୍ଡଳୀର ପ୍ରିଜାଇଡିଂ ଅଫିସର ତଥା ବାଚସ୍ପତି ବା ଅଧ୍ୟକ୍ଷଙ୍କୁ ଦଳବଦଳ ଆଇନର ବିଚାର କରିବା କ୍ଷମତା କାହିଁକି ଦିଆଯିବା ଉଚିତ୍ ନୁହେଁ, ତାହା ଶିବସେନାର ଉଭୟ ଗୋଷ୍ଠୀ ପକ୍ଷରୁ ଦାୟର ହୋଇଥିବା ଅଯୋଗ୍ୟ ଘୋଷଣା ପିଟିସନ ଉପରେ ମହାରାଷ୍ଟ୍ର ବିଧାନସଭାର ବାଚସ୍ପତି ଦେଇଥିବା ରୁଲିଂ ସ୍ପଷ୍ଟ ପ୍ରମାଣିତ କରୁଛି ବୋଲି ନିସନ୍ଦେହରେ କୁହାଯାଇପାରିବ । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସରକାରଙ୍କ ଭାଗ୍ୟ ନିଷ୍ପତି କରିବ ବୋଲି ଅନେକ ଭାବୁଥିଲେ । ମାତ୍ର ବାଚସ୍ପତି ସିନ୍ଧେ କିମ୍ବା ଉଦ୍ଧବ ଠାକରେ ଗୋଷ୍ଠୀର କୌଣସି ଗୋଷ୍ଠୀର ସଦସ୍ୟଙ୍କୁ ଅଯୋଗ୍ୟ ଘୋଷଣା କରିନାହାଁନ୍ତି । ରୁଲିଂ ଏକନାଥ ସିନ୍ଧେ ଗୋଷ୍ଠୀଙ୍କ ପ୍ରତି ଆନୁପତ୍ୱତା ଉପରେ ବାଚସ୍ପତି ରୁଲିଂ ଦେଇଥିବା ସଂକେତ ପ୍ରଦାନ କରେ ବୋଲି କୁହାଯାଇପାରେ । ବାଚସ୍ପତିଙ୍କ ରୁଲିଂ ପରେ ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ବିବାଦର ଅନ୍ତ ଘଟିବା ନେଇ ଯେଉଁ ଆଶା କରାଯାଉଥିଲା, ତାହା କେବଳ ଆଶାରେ ରହିଯିବା ଆଶଙ୍କା ସୃଷ୍ଟି ହୋଇଛି । ଉଦ୍ଧବ ଗୋଷ୍ଠୀ ବାଚସ୍ପତିଙ୍କ ରୁଲିଂ ବିରୁଦ୍ଧରେ ପୁଣି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇସାରିଲେଣି । ଉଲ୍ଳେଖଯୋଗ୍ୟ ୨୦୨୨ ଜୁନ୍ ୨୧ରେ ଶିବସେନାର ବିଭାଜନ ହୋଇଥିଲା । ଉଲ୍ଲେଖଯୋଗ୍ୟ ଯେ, ୨୦୨୨ ଜୁନ୍ ୨୧ରେ ଶିବସେନାର ବିଭାଜନ ହୋଇଥିଲା । ତେବେ ବାଚସ୍ପତି ତାଙ୍କ ରୁଲିଂରେ ସିନ୍ଧେଙ୍କ ନେତୃତ୍ୱରେ ପରିଚାଳିତ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ଦର୍ଶାଇଛନ୍ତି । ଦଳବଦଳ ଆଇନର ବିଚାର କରିବା ସମୟରେ କେଉଁ ଗୋଷ୍ଠୀ ପ୍ରକୃତ ଦଳ ତାହା ନିଷ୍ପତି କରିବାକୁ ସର୍ବୋଚ୍ଚ ଅଦାଲତ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବାଚସ୍ପତି ଦର୍ଶାଇଛନ୍ତି ଯେ, ୫୫ଜଣ ଶିବସେନା ବିଧାୟକଙ୍କ ମଧ୍ୟରୁ ୩୭ଜଣ ସିନ୍ଧେ ପ୍ରକୃତ ଶିବସେନାର ମାନ୍ୟତା ଦେବା ସହ ନିର୍ବାଚନ ସଂକେତ ‘ଧନୁ ଓ ତୀର’ ପ୍ରଦାନ କରିଛନ୍ତି । ଏହାକୁ ଭିତି କରି ବାଚସ୍ପତି ସିନ୍ଧେ ଗୋଷ୍ଠୀଙ୍କୁ ପ୍ରକୃତ ଦଳ’ର ମାନ୍ୟତା ଦେଇଥିବା କୁହାଯାଇପାରେ । ଉଲ୍ଳେଖଯୋଗ୍ୟ ଯେ, ୨୦୨୩ ମେ ୧୧ତାରିଖରେ ସୁପ୍ରିମକୋର୍ଟର ପାଂଚଜଣିଆ ସାମ୍ବିଧାନିକ ଖଣ୍ଡପୀଠ ତାଙ୍କ ରାୟରେ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କୁ ଗୃହରେ ଆସ୍ଥା ପରୀକ୍ଷା ପାଇଁ ନିର୍ଦ୍ଦେଶଦେବା ଭୁଲ ଥିଲା । ସେହିପରି ସିନ୍ଧେ ଗୋଷ୍ଠୀ ଦ୍ୱାରା ନିଯୁକ୍ତି ଦଳର ମୁଖ୍ୟ ସଚେତକ (ହୁଇପ୍)ଙ୍କୁ ସ୍ୱୀକୃତି ଦେବା ବାଚସ୍ପତିଙ୍କର ନିଷ୍ପତି ଭୁଲ୍ ବୋଲି ସର୍ବୋଚ୍ଚ ଅଦାଲତ ଦର୍ଶାଇଥିଲେ । ଏବେ ବାଚସ୍ପତି ଦେଇଥିବା ତାଙ୍କ ରୁଲିଂରେ ଉଭୟ ଗୋଷ୍ଠୀ ଦ୍ୱାରା ନିଯୁକ୍ତ ମୁଖ୍ୟ ସଚେତକଙ୍କୁ ମାନ୍ୟତାପ୍ରଦାନ କରିଛନ୍ତି । ଯାହାକି ସର୍ବୋଚ୍ଚ ଅଦାଲତଙ୍କ ରାୟକୁ ବିରୁଦ୍ଧାଚରଣ କରୁଛି । ୨୦୨୨ ଜୁନ ୨୧ଠାରୁ ଉଦ୍ଧବ ଗୋଷ୍ଠୀ ଦ୍ୱାରା ନିଯୁକ୍ତି ସୁନୀଲ ପ୍ରଭୁଙ୍କୁ ସେହି ଗୋଷ୍ଠୀର ମୁଖ୍ୟ ସଚେତକ ଭାବେ ଘୋଷଣା କରିଥିବାବେଳେ ସିଦ୍ଧେ ଗୋଷ୍ଠୀ ଦ୍ୱାରା ଭରତ ଗୋଗୱାଲାଙ୍କୁ ମୁଖ୍ୟ ସଚେତକ ଭାବେ ନିଯୁକ୍ତିକୁ ଯଥାର୍ଥ ବୋଲି ଦର୍ଶାଇଛନ୍ତି । ତେଣୁ ସିନ୍ଧେ ଗୋଷ୍ଠୀ ହୁଇପକୁ ଅମାନ୍ୟ କରିବା ନେଇ କୌଣସି କାରଣ ନାହିଁ । ସେହିପରି ଉଦ୍ଧବ ଗୋଷ୍ଠୀ ଉପରେ ହୁଇପ ଜାରି କରାଯାଇନଥିବାରୁ ସେମାନେ ଅମାନ୍ୟ କରିଥିବାର କୌଣସି ପ୍ରମାଣ ନାହିଁ । ଏହା ନିସନ୍ଦେହ ଯେ, ବିଭାଜନ ପୂର୍ବରୁ ନିର୍ବାଚନ କମିଶନଙ୍କୁ ପ୍ରଦତ ଦଳର ସମ୍ବିଧାନ ନେତୃତ୍ୱ ରିପୋର୍ଟକୁ ଭିତି କରି ମୂଳ ଦଳ ନିର୍ଦ୍ଧାରିତ ହୋଇଥାଏ । ମାତ୍ର ବିଭାଜନ ପରେ ବାଚସ୍ପତି ନିର୍ବାଚନ କମିଶନଙ୍କ ମାନ୍ୟତା ଆଧାରରେ ପ୍ରକୃତ ଦଳ ନିର୍ଦ୍ଧାରଣ ଦେିଛନ୍ତି, ଯାହାକି ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରୁଛି ବୋଲି କୁହାଯାଇପାରେ । ୨୦୧୮ରେ ଶିବସେନାର ସମ୍ବିଧାନ ଅନୁଯାୟୀ ଉଦ୍ଧବ ଠାକରେ ଦଳର ମୁଖ୍ୟ ଭାବେ ନିଯୁକ୍ତ ହୋଇଥିବାବେଳେ ୨୦୨୨ ଜୁନ୍ ୨୧ରେ ଦଳର ବିଭାଜନ ଘଟିଥିଲା । ଏହା ନିଶ୍ଚିତ ଯେ, ଦଳବଦଳ ଆଇନ ରାଜନୈତିକ ଦଳ ଉପରେ ଗଠିତ ହୋଇଥିଲା, ବିଧାୟକ ଗୋଷ୍ଠୀ ଉପରେ ନୁହେଁ, ବିଧାୟକ ଗୋଷ୍ଠୀକୁ ଭିତି କରି ବାଚସ୍ପତିଙ୍କ ରୁଲିଂ ଆଇନର ଯେ, ବିରୋଧାଚରଣ କରୁଛି ଏବଂ ଏହାର ଆଧାରକୁ ଆହୁରି ଖସଡା କରିଦେଇଛି, ଏହା ନିସନ୍ଦେହରେ କୁହାଯାଇପାରେ । ଏହା ସୁସ୍ପଷ୍ଟ ଯେ, ବାଚସ୍ପତିଙ୍କ ରୁଲିଂ ପୁଣି ବିଲକୁ ସୁପ୍ରିମକୋର୍ଟକୁ ଫେରାଇ ଦେଇଛନ୍ତି । ଏଥିରେ ସନ୍ଦେହ ନାହିଁ ଯେ, ଦଳବଦଳ ବିବାଦର ଫଇସଲା କ୍ଷମତା ଯେତେଦିନ ପର୍ଯ୍ୟନ୍ତ ବାଚସ୍ପତିଙ୍କ ଉପରେ ଥିବ, ସେତେଦିନ ପର୍ଯ୍ୟନ୍ତ ରାଜନୈତିକ ପରିବେଶ ଏବଂ ଦଳବଦଳ ଆଇନ ଗୋଳିଆ ପାଣିରେ ଘଂଟି ହେଇଥିବ । ଆହୁରି ମଧ୍ୟ ଆସନ୍ତା ୩୧ ତାରିଖ ସୁଦ୍ଧା ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି)ର ବିଭାଜନ ଉପରେ ବାଚସ୍ପତି ନିଷ୍ପତି ନେବେ । ଏଥିଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯାହାକି ମହାରାଷ୍ଟ୍ର ରାଜନୀତିରେ ପୁଣି ଏକ ଝଡ ସୃଷ୍ଟି କରିପାରେ । ଏବେ କେବଳ ବାଚସ୍ପତିଙ୍କ ଅଦାଲତକୁ ଅପେକ୍ଷା । ଏହା ନିଶ୍ଚିତ ଯେ, ୨୦୧୯ ବିଧାନସଭା ନିର୍ବାଚନ ପରଠାରେ ମହାରାଷ୍ଟ୍ର ରାଜନୀତିରେ ଝଡ ଲାଗି ରହିଛି । ଆଗାମୀ ୨୦୨୪ ବିଧାନସଭା ନିର୍ବାଚନ ପରେ ଝଡ ଥମିବା ଆଶା କରାଯାଏ ।
ସୌଭାଗ୍ୟ ରଂଜନ ମହାନ୍ତି(ରାଜା),
ସମ୍ମାନ ଭବନ,
ପ୍ଲଟ ନଂ-୫୮/୩୫୮୧, ଗାଙ୍ଗୋତ୍ରୀ ନଗର,
ରୋଡ ନଂ-୩, ଶିଶୁପାଳଗଡ,-୭୫୧୦୦୨
ମୋବାଇଲ ନଂ-୯୪୩୭୯୯୪୩୭୯