ବାଚସ୍ପତିଙ୍କ ଗଡରେ ଅଙ୍ଗନବାଡି କେନ୍ଦ୍ର ସ୍ଥିତି ଦୂର୍ବିସହ

ଦିଗପହଣ୍ଡି:ବଡଡୁମୁଳା ପାୟତର ଝଗଡାପଲ୍ଲୀ ଗ୍ରାମରେ ଥିବା ଅଙ୍ଗନବାଡି କେନ୍ଦ୍ର ଦୁର୍ବିସହ ସ୍ଥିତିରେ ଗତି କରୁଥିବା ଅଭିଯୋଗ ହୋଇଛି । ଅଙ୍ଗନବାଡି କେନ୍ଦ୍ରଟି ସମ୍ପୃକ୍ତ କର୍ମୀଙ୍କ ନିଜସ୍ୱ ବାସଭବନରେ ଚାଲୁଥିବା ବେଳେ ନିଜସ୍ୱ କୋଠା ନାହିଁ । ସେହିପରି ସମ୍ପୃକ୍ତ କର୍ମୀ ଜଣକ ବ୍ରହ୍ମପୁର ସହରରେ ରହିଆସୁଥିବା ବେଳେ କେନ୍ଦ୍ରର ଚାବି ସମ୍ପୃକ୍ତ କର୍ମୀ ଏବଂ ହେଲପରଙ୍କ ନିକଟରେ ରହୁଛି । ହେଲପର ଜଣକ ଝଗଡାପଲ୍ଲୀ ଗ୍ରାମରେ ରହୁଥିବାରୁ ନିୟମିତ ରନ୍ଧା ଖାଦ୍ୟ ପ୍ରସ୍ତୁତ କରି ଅଙ୍ଗନବାଡି କେନ୍ଦ୍ରରେ ଶିକ୍ଷା ଗ୍ରହଣ କରୁଥିବା ପ୍ରାକ୍ ଶିକ୍ଷା ଛାତ୍ରଛାତ୍ରୀ ମାନଙ୍କୁ ଖାଦ୍ୟ ପରିବେଷଣ କରୁଥିବା ବେଳେ ବ୍ରହ୍ମପୁରରୁ ଯା ଆସ କରୁଥିବା କର୍ମୀ ଜଣକ କିଭଳି ସମାନ ସମୟରେ ପହି ସମସ୍ତ କାର୍ଯ୍ୟ ସୁରୁଖୁରରେ କରୁଥିବା ତାହା ସାଧାରଣରେ ବେଶ୍ ଅନୁମେୟ । ଝଗଡାପଲ୍ଲୀ ଅଙ୍ଗନବାଡି କେନ୍ଦ୍ରରେ ଉଭୟ ଝଗଡାପଲ୍ଲୀ ଏବଂ ବୃନ୍ଦାବନପଲ୍ଲୀ ଗ୍ରାମର ଶିଶୁ ମାନେ ପ୍ରାକ୍ ଶିକ୍ଷା ଦାନ ଗ୍ରହଣ କରୁଥିବା ବେଳେ ଉଭୟ ଗ୍ରାମର ପ୍ରସୂତୀ ମହିଳା ଓ ଗର୍ଭବତୀ ମହିଳା ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି । ହେଲେ ସେମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆସୁଥିବା ଉଭୟ ଶୁଖିଲା ଏବଂ ରନ୍ଧା ଖାଦ୍ୟ ପ୍ରଦାନରେ ସ୍ୱଚ୍ଛତା ରହୁନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । କର୍ମୀ ଜଣକ କେନ୍ଦ୍ର ଠାରୁ ୪୫ କିଲୋମିଟର ଦୂରତାରେ ରହୁଥିବା ବେଳେ ନିୟମିତ କେନ୍ଦ୍ର ଖୋଲି ସେବା ପ୍ରଦାନ କରିବା ସମ୍ଭବପର ହେଉନାହିଁ । ଏହାକୁ ନେଇ ବିଭିନ୍ନ ସମୟରେ ସମ୍ପୃକ୍ତ କର୍ମୀ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିବା ବେଳେ କିଛି ଦିନର ଶୀଥିଳତା ପରେ ପୁଣି ଏହି ପ୍ରସଙ୍ଗ ପ୍ରତି ସମ୍ପ୍ରି ପ୍ରଶ୍ନବାଚୀ ସୃଷ୍ଟି କରିଛି । କର୍ମୀଙ୍କ କାର୍ଯ୍ୟକଳାପ ପ୍ରତି ଗ୍ରାମବାସୀ ସନ୍ଦୀହାନ ସୃଷ୍ଟି କରୁଥିବା ବେଳେ ବାରମ୍ବାର ସିଡିପିଓ, ଡିଏସଡବ୍ଲ୍ୟୁଓ, ବିଡିଓ, ବ୍ଳକ ଚେୟାରମେନ୍‌, ଉପଜିଲ୍ଲାପାଳ ଏବଂ ଜିଲାପାଳଙ୍କ ଠାରୁ ଆରମ୍ଭ କରି ସ୍ଥାନୀୟ ବିଧାୟକ ତଥା ବାଚସ୍ପତିଙ୍କୁ ଗ୍ରାମବାସୀ ବିଭିନ୍ନ ସମୟରେ ଅଭିଯୋଗ କରିଛନ୍ତି । ବାଚସ୍ପତି ହେବା ପୂର୍ବରୁ ରହିଥିବା ବିଭିନ୍ନ ବିଭାଗର ମନ୍ତ୍ରୀ ସମୟରେ ମଧ୍ୟ ସମ୍ପୃକ୍ତ କର୍ମୀଙ୍କ ବିରୋଧରେ ଅଭିଯୋ ଗ ଆସିଥିଲା । ହେଲେ କାହାର ବାହୁବଳରେ ତାଙ୍କ ପ୍ରତି ଏତେ ସୁରକ୍ଷା ଦିଆଯାଉଛି ସେଥିନେଇ ମଧ୍ୟରେ ସାଧାରଣରେ ନାନା ସମାଲୋଚନା ଜୋର୍ ଧରିଛି । ପ୍ରକାଶ ଥାଉକି, ଅଙ୍ଗନବାଡି କେନ୍ଦ୍ରର ନିଜସ୍ୱ କୋଠା ସମସ୍ୟାକୁ ଦୂର କରିବା ପାଇଁ ବିଧାୟକଙ୍କ ହାତପାଣ୍ଠି ଅର୍ଥରୁ ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ଗ୍ରାମଦେବତୀ ଘର ମରାମତି ଏବଂ ପୁନରୁଦ୍ଧାର ସକାଶେ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ୧ ଲକ୍ଷ ଟଙ୍କା ବ୍ୟୟ ବରାଦରେ କାର୍ଯ୍ୟାରମ୍ଭ କରାଯାଇଥିଲା । ହେଲେ କାର୍ଯ୍ୟଶେଷ ଅଦ୍ୟାବଧି ହୋଇପାରିନାହିଁ । କେବଳ କୋଠାଟି ନିର୍ମାଣ ହୋଇଥିବା ବେଳେ ପାଇଖାନା ଏବଂ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ଶେଷ ହୋଇନାହିଁ । ଫଳରେ ସମ୍ପୃକ୍ତ କୋଠାଟି ମଧ୍ୟ ହସ୍ତାନ୍ତର ହୋଇପାରୁନାହିଁ । ସଦ୍ୟ ନିର୍ମାଣ ହୋଇଥିବା କୋଠାଟି ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ବେଳେ ତାହାର କାର୍ଯ୍ୟ ଶେଷ କରି ହସ୍ତାନ୍ତର କରିଦିଆଗଲେ ନିଜସ୍ୱ କୋଠାରେ ଅଙ୍ଗନବାଡି କେନ୍ଦ୍ର ଚାଲିପାରନ୍ତା ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି । ସେହିପରି ସମ୍ପୃକ୍ତ ଉଚ୍ଚବିଭାଗୀୟ ର୍କୃପକ୍ଷ କିମ୍ବା ୫ଟି ର୍କୃପକ୍ଷ ଅଚାନକ ପରିଦର୍ଶନରେ ଆସିଲେ ଦିଗପହଣ୍ଡି ବ୍ଳକରେ ଅଙ୍ଗନବାଡିକେନ୍ଦ୍ର ଗୁଡିକର ସ୍ଥିତି କିଭଳି ତାହା ବେଶ୍ ଅନୁମେୟ ହୋଇପାରିବ ବୋଲି ସାମାଜିକ କର୍ମୀ ଅନନ୍ତନାରାୟଣ ମହାନ୍ତି କହିଛନ୍ତି । ଏନେଇ ସିଡିପିଓ ଯଶୱନ୍ତି ସାହୁଙ୍କ ସହିତ ଯୋଗାଯୋଗ ହୋଇପାରିନଥିବା ବେଳେ ବିଧିବଦ୍ଧ ତଦନ୍ତ କରି ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲ୍ଲାପାଳ ଶ୍ରୀସିନ୍ଧେ ଦାତ୍ରେୟ ବାସୁଦେବ କହିଛନ୍ତି । ସୂଚନାଯୋଗ୍ୟ ଯେ, ଗ୍ରାମରେ ପ୍ରାୟତଃ ବ୍ୟକ୍ତି ବିଶେଷ ବାହାର ରାଜ୍ୟରେ ଦାଦନ ଖଟୁଥିବା ବେଳେ ସମ୍ପ୍ରି କୋରନା ଭୟରେ ସେମାନେ ସବୁ ଗ୍ରାମାଳକୁ ଫେରୁଛନ୍ତି ଏଭଳି ସ୍ଥଳରେ ସମ୍ପୃକ୍ତ କର୍ମୀଙ୍କ କେନ୍ଦ୍ରରେ ଅନୁପସ୍ଥିତ ରହିବାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଥିବା ୱାର୍ଡ ମେମ୍ବର ସୁବାଷ ଦଳାଇ, ବାଙ୍କ ବିଷୋୟୀ, ସାରଥି ସାହୁ, ସୀମାଳ ଗୌଡ, ବୃନ୍ଦାବନ ଗୌଡ, କାଶୀନାଥ ଗୌଡ, ପାନନ ପଣ୍ଡା, ଦାମୋଦର ଦଳାଇ ପ୍ରମୁଖ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ