ବାଚସ୍ପତି‌ଙ୍କୁ ଚପଲ ଫିଙ୍ଗିବା ଘଟଣା : ବିଜେପି ବିଧାୟକଙ୍କ କୁଶପୁତ୍ତଳିକା ଦାହ

ଛତ୍ରପୁର, (ଦେବଦତ୍ତ ମହାରଣା): ଓଡିଶାର ବିଧାନସଭାରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଉପରକୁ ବିଜେପି ବିଧାୟକ ବିଷ୍ଣୁଚରଣ ସେଠୀ, ଜୟନାରାୟଣ ମିଶ୍ର ଓ ମୋହନ ଚରଣ ମାଝୀ ଚପଲ ଫିଙ୍ଗିଥିବା ଘଟଣାକୁ ଛତ୍ରପୁର ବିଜେଡି ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଉକ୍ତ ୩ଜଣ ବିଜେପି ବିଧାୟକଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ରବିବାର ଅପରାହ୍ନରେ ବିଜୁ ଜନତା ଦଳ ପକ୍ଷରୁ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରେ ଛାତ୍ର ବିଜେଡିର ରାଜ୍ୟ ଉପସଭାପତି ଭବାନୀକାନ୍ତ ସାହୁ ଓ ପୂର୍ବତନ କାଉନସିଲର ବି.ରାଜିବାବୁଙ୍କ ନେତୃତ୍ୱରେ ଏହି କୁଶପୁତ୍ତଳିକା ଦାହ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ଛାତ୍ର ବିଜେଡିର ରାଜ୍ୟ ସଂପାଦକ ରାମହରି ମହାରଣା, ଜିଲ୍ଲା ବିଜେଡିର କାର୍ଯ୍ୟକାରୀ ସଦସ୍ୟ ରବୀନ୍ଦ୍ର ନାଥ ପଣ୍ଡା, ସରକାରୀ ଓକିଲ ଭୈରବୀ ପଟ୍ଟନାୟକ, ମନୋଜ କୁମାର ପାଢୀ, ଡମିନାଥ ସାହୁ ଓ କାଳିପ୍ରସାଦ ଦାଶ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ସନମୁଖ ପଟ୍ଟନାୟକ, କେ.ନାଗେଶ୍ୱର ରାଓ, ଓକିଲ ଟି.ମୋହନ ରେଡ୍ଡୀ ଓ ସୁରେଶ ଚନ୍ଦ୍ର ସେନାପତିଙ୍କ ସମେତ ବହୁ ବିଜେଡି ନେତା ମାନେ ଉପସ୍ଥିତ ଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ