ବାଚସ୍ପତି ପଦ ପାଇଁ ଆଜି ନାମାଙ୍କନ ପତ୍ର ଭରିବେ ଓମ ବିର୍ଲା
ଭାରତୀୟ ସମ୍ବିଧାନର ତୃତୀୟ ତଥା ସାମ୍ବିଧାନିକ ପଦ ବାଚସ୍ପତି ନିର୍ବାଚନ ପାଇଁ ରାଜସ୍ଥାନ କୋଟା ଲୋକସଭା ଆସନରୁ ସଂସଦ କୁ ନିର୍ବାଚିତ ହୋଇଥିବା ଓମ ବିର୍ଲା । ଆଜି ଲୋକସଭା ର ବାଚସ୍ପିତି ପଦ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ବିର୍ଲା ରାଜସ୍ଥାନ କୋଟା ରୁ ୨ଥର ନିର୍ବାଚିତ ହୋଇ ଆସିଛନ୍ତି । ଏହା ପୂର୍ବରୁ ସେ ରାଜ୍ୟ ବିଧାନ ସଭା କୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ ଓଡିଆ ସାଂସଦ ଜୁଏଲ ଓରାମ ବରିଷ୍ଠ ନେତା ପିପି ଚୈଧୁରୀ ଓ ଏସସ ଆଲୁୱାଲିଆ ଏହି ରେସ ରେ ଥିଲେ ।