ବାଚସ୍ପତି ରେସ ରେ ଜୁଏଲ
ଭାରତର ପୂର୍ବତନ ଆଦିବାସୀ କଲ୍ୟାଣ ମନ୍ତ୍ରୀ ତଥା ସୁନ୍ଦରଗଡ ର ସାଂସଦ ଜୁଏଲ ଓରାମ ଲୋକସଭାର ପରବର୍ତ୍ତୀ ବାଚସ୍ପତି ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ମୋଦି ଙ୍କ ମନ୍ତ୍ରୀ ମଣ୍ଡଳରୁ ବାତ ପଡିଥିବା ଏହି ଆଦିବାସୀ ନେତା ନିର୍ବାଚିତ ସାଂସଦ ମାନଙ୍କ ମଧ୍ୟରେ ବରିଷ୍ଠ ସାଂସଦ ହୋଇଥିବାରୁ ବାଚସ୍ପତି ହେବେ ବୋଲି କୁହାଯାଉଛି । ଚଳିତ ସାଧାରଣ ନିର୍ବାଚନ ରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲ କରିଥିବାରୁ ବାଚସ୍ପତି ବିଜେପି ହାତେଇବ ବୋଲି ଏକ ପ୍ରକାର ନିଶ୍ଚିନ୍ତ , ତେଣୁ ବିଜେପି ର କେଉଁ ସାଂସଦ କୁ ଏହି ପଦ ମିଳୁଛି ଦେଖିବାକୁ ବାକି ରହିଲା ।


