ବାଜପେୟୀଙ୍କ ୧୦୦ତମ ଜନ୍ମ ଦିନରେ “ସୁଶାସନ” ଶିର୍ଷକ ଆଲୋଚନା ଚକ୍ର

ବଲାଙ୍ଗିର, (ଯୁଗାବ୍ଦ ନ୍ୟୁଜ):ବଲାଙ୍ଗିର ଭାଲେର ଛକ ସ୍ଥିତ ପ୍ରଭୁ ଆଶ୍ରମ ଠାରେ ସ୍ମାଇଲ ଫର ଅଲ ଅନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ୧୦୦ ତମ ଜୟନ୍ତୀ ଅବସରରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସୁଶାସନ ଶିର୍ଷକ ଆଲୋଚନା ଚକ୍ରରେ ଅତିଥି ବୃନ୍ଦ ସୁଶାସନ ହେବା ଦ୍ଵାରା ଜନସାଧାରଣ ଙ୍କ ନିକଟେ କିଭଳି ଉତ୍ତର ଦାୟିତ୍ଵ ରହିଛି ଦରକାର ଙ୍କ ଓ ବାଜପେୟୀଙ୍କ ସ୍ମୃତି ଚାରଣ, ତାଙ୍କ ରଚିତ କବିତା ପଠନ ଏବଂ ତାଙ୍କ ସମୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସବୁ ସ୍ମୃତି ଚାରଣ କରିଥିଲେ ଉପସ୍ଥିତ ବୁଦ୍ଧିଜିବି । ସ୍ମାଇଲ ଫର ଅଲ ଫାଉଣ୍ଡେସନ ଏବଂ ନେହେରୁ ଯୁବ କେନ୍ଦ୍ର ସହାୟତାରେ ଆୟୋଜିତ ସଭାକୁ ସଂପାଦକ ସଂଜିବ କୁମାର ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଆଲୋଚକ ସୌମ୍ୟରଂଜନ ମିଶ୍ର ମୁଖ୍ୟ ଅତିଥି ଆରଏସ୍‌ଏସ୍ ପ୍ରବକ୍ତା, ମୁଖ୍ୟବକ୍ତା ଶ୍ରୀ ଜୟକୃଷ୍ଣ ମିଶ୍ର କଳା ସଂଗଠକ ତଥା ସଭାପତି ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ, ମିଲୁଲତା ପଟ୍ଟନାୟକ ସମାଜସେବୀ ମଂଚାସିନ ଥିଲେ । ଏହି କାର୍ଯ୍ୟକ୍ରମ କରିବାରେ ସହଯୋଗ କରିଥିଲେ ପ୍ରଭୁଦତ୍ତ ସେଠି, ଅଭିଷେକ ବହିଦାର, ଆକାଶ ମାହାନା, ସାହିଲ ବାଗ, ସୌଦାମିନୀ ମିଶ୍ର, ଚକ୍ରପାଣି ଦାଶ, ସୁକଦେବ ମନହିରା, ଉପଦେଷ୍ଟା ସାମସନ ମିସାଲ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ