ବାଜପେୟୀ ଙ୍କ ବାସ ଭବନରେ ଅମିତ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିବା ପରେ ଧିରେଧିରେ ଶକ୍ତିଶାଳୀ ହେଉଛନ୍ତି କ୍ୟାବିନେଟର ପାୱାର ଟୁ ମନ୍ତ୍ରୀ ଅମିତ ଶାହା । ଅମିତ କୁ କେନ୍ଦ୍ର କ୍ୟାବିନେଟ ର୍ ଗୃହ ମନ୍ତ୍ରାଲୟ ମିଳିବା ପରେ ବିଜେପି ର ଏହି ଚାଣକ୍ୟ ଙ୍କୁ କେନ୍ଦ୍ରୀୟ କ୍ୟାବିନେଟ କମିଟି ର ଅନେକ ବିଭାଗରେ ତାଙ୍କ ନା ରହିଛି ଏହାକୁ ନେଇ କେନ୍ଦ୍ର ସ୍ତରର ନେତୃ ବର୍ଗ ମଧ୍ୟରେ ଚର୍ଚ୍ଚା ହେଉଛି ଯେ ଏହି ନେତା ଏବେ ବିଜେପି ର ସବୁଠାରୁ ବଡ ମଙ୍ଗୁଆଳ । ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି ଅମିତ । ନୂଆ ଦିଲ୍ଲୀ ର କ୍ରୀଷ୍ଣା ମେନନ ମାର୍ଗ ର୍ ଥିବା ଭାରତ ରତ୍ନ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ସରକାରୀ ବାସ ଭବନ କୁ ଅମିତ ଶାହାକୁ ଦିଆଯାଇଛି । କ୍ରୀଷ୍ଣା ମେନନ ମାର୍ଗ ରେ ଥିବା ୬ଏ ବଙ୍ଗଳଆ ସ୍ୱରଷ୍ଟ୍ରମନ୍ତ୍ରୀ ଙ୍କ ବାସ ଭବନ ଲାଗି ତାଲିକା ଭୁକ୍ତ କରାଯାଇଛି । ଆଗାମୀ ଏକମାସ ମଧ୍ୟରେ ସ୍ୱତନ୍ତ୍ର ସୁରକ୍ଷା ବାହିନୀ ବ (ଏସଓଜି) ଅନୁମତି ମିଳିବା ପରେ ତାଙ୍କୁ ଏଇ ବାସ ଭବନ ଆବଣ୍ଟନ କରାଯିବ ବୋଲି ସ୍ୱରଷ୍ଟ୍ର ମନ୍ତ୍ରାଳୟ ର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।


