ବାଜିଗର ବୟ ଙ୍କୁ ମିଳିବ ଡକ୍ଟରେଟ
(ଯୁଗାବ୍ଦ ନ୍ୟୁଜ) ଅଭିନୟ ଦୁନିଆ ରେ ବଲିଉଡ ରୁ ହଲିଉଡ ଯାଏଁ ସେନସେସନ ପାଲଟି ଥିବା ବାଜିଗର ବୟ ଶାହାରୁଖ ଙ୍କୁ ଦେଶ ବିଦେଶ ରୁ ଅନେକ ଆୱାର୍ଡ ପାଇଛନ୍ତି କିନ୍ତୁ ନିକଟ ରେ ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲ ମେଂଲା ଟର୍ବ ୟୁନିଭରର୍ସିଟି ପକ୍ଷରୁ ସୁପର ଷ୍ଟାର ଶାହାରୁଖ ଙ୍କୁ ଡକ୍ଟରେଟ ଉପାଧି ରେ ଭୂଷିତ କରାଯିବ । ନିଜର ଅଭିନୟ , ଗରିବ ଅସହାୟ ଶିଶୁ ମାନଙ୍କ ପାଇଁ ଯତ୍ନଶାଳ ହେବା ଆର୍ଥିକ ସହାର୍ଯ୍ୟ ଯୋଗାଇଦେବା ଏବଂ ମହିଳା ମାନଙ୍କୁ ସଂଶକ୍ତ କରାଇବା ଏହି ଭଳି ଭାବେ ନିଜର ଉକ୍ରର୍ଷତା ପ୍ରତିପାଦନ ପାଇଁ ଆସନ୍ତା ଅଗଷ୍ଟ ୯ ତାରିଖରେ ତାଙ୍କୁ ଡକ୍ଟରେଟ ପ୍ରଦାନ କରାଯିବ । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଭାବେ ୧୯୯୫ରେ ରିଲିଜ୍ ହୋଇଥିବା ଶାହରୁଖଙ୍କ ଅଭିନୀତ ବ୍ଲକବଷ୍ଟର୍ ଫିଲ୍ମ ‘କୁଛ୍ କୁଛ୍ ହୋତା ହେ’ର ସ୍କ୍ରିନିଙ୍ଗ୍ କରାଯିବ ବୋଲି ସୂଚନା ମିଳିଛି ।