ବାଜି ମାରିଲେ ହ୍ରିତିକ, ଦିବ୍ୟାଙ୍କା

ମୁମ୍ବାଇରେ ଶୁକ୍ରବାର ୨୧ ଫେବ୍ରୁଆରୀରେ ଦାଦା ସାହେବ ଫାଲ୍‌କେ ଫାଉଣ୍ଡେସନ୍‌ ଆୱାର୍ଡ ୨୦୨୦ର ଘୋଷଣା ହୋଇସାରିଛି। ଖୁବ୍‌ଶୀଘ୍ର ଏକ ଭବ୍ୟ ସମାରୋହରେ ଏହି ପୁରସ୍କାର ପ୍ରଦାନ କରାଯିବ। ୨୦୧୯ରେ ସିନେମା ‘ସୁପର ୩୦’ରେ ଚମତ୍କାର ଅଭିନୟ କରିଥିବା ହ୍ରିତିକ ରୋଶନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି।
ସେହିପରି ‘ସୁପର ୩୦’କୁ ଶ୍ରେଷ୍ଠ ସିନେମା, ଶ୍ରେଷ୍ଠ ଟେଲିଭିଜନ ଅଭିନେତ୍ରୀ ଦିବ୍ୟାଙ୍କା ତ୍ରିପାଠୀ, ମୋଷ୍ଟ ପ୍ରମିସିଙ୍ଗ ଅଭିନେତା କିଚ୍ଚା ସୁଦୀପ, ଟେଲିଭିଜନ ସିରିଜର ଶ୍ରେଷ୍ଠ ଅଭିନେତା ଧୀରଜ ଧୁପର, ମୋଷ୍ଟ ଫେବରାଇଟ୍‌ ଟେଲିଭିଜନ ଅଭିନେତା ହର୍ଷଦ ଚୋପ୍ରା, ମୋଷ୍ଟ ଫେବରାଇଟ୍‌ ଯୋଡ଼ି ଇନ୍‌ ଟେଲିଭିଜନ ସିରିଜ୍‌ ସୃଷ୍ଟି ଝା ଓ ସବୀର ଅହଲୁୱାଲିଆ (କୁମ୍‌କୁମ୍‌ ଭାଗ୍ୟ), ଶ୍ରେଷ୍ଠ ରିଅଲିଟି ଶୋ ବିଗ୍‌ବସ୍‌ ୧୩, ଶ୍ରେଷ୍ଠ ଟେଲିଭିଜନ ସିରିଜ୍‌ କୁମ୍‌କୁମ୍‌ ଭାଗ୍ୟ, ଶ୍ରେଷ୍ଠ ପ୍ରଚ୍ଛଦପଟ କଣ୍ଠଶିଳ୍ପୀ ମେଲ୍‌ ଅରମାନ ମଲ୍ଲିକ, ଶ୍ରେଷ୍ଠ ଅଭିନେତ୍ରୀ ୱେବ୍‌ ସିରିଜ୍ ଦିଆ ମିର୍ଜା (କାଫିରା), ଶ୍ରେଷ୍ଠ ହୋଷ୍ଟ ମନୀଷ ପଲ, ଶ୍ରେଷ୍ଠ ଡିଜିଟାଲ ଫିଲ୍ମ ଇଓର୍ସ ଟ୍ରୁଲି, ଡିକେଡ୍‌ ଷ୍ଟାର୍‌ ଅନୁପମ ଖେର, ଶ୍ରେଷ୍ଠ ଫଟୋସାମ୍ବାଦିକ ମାନବ ମଙ୍ଗଲାନୀ, ମୋଷ୍ଟ ଫ୍ୟାଶନେବଲ ବିଗ୍‌ବସ୍‌ ୧୩ ପ୍ରତିଯୋଗୀ ମାହିରା ଶର୍ମାଙ୍କ ନାମ ଘୋଷଣା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ