ବାଞ୍ଛାନିଧିଙ୍କ ସ୍ମରଣେ 

ଏ ଜାତି ମୁକତି

ଗୀତି ତୁମେ ଲେଖି

ଗାଇଥିଲ ନିଜ କଣ୍ଠେ,

ହାରମାନି ବାଇ

ଚାଲି ବୁଲୁଥିଲ

ଇରମର ଉପକଣ୍ଠେ ।

 

ସେ ଗୀତେ ଗାଇଲ

ଓଡ଼ିଆ ଜାତିର

ଲୁହ ଲହୁ ବୁହା କଥା,

ଉତ୍କଳ ମାତାର

ଅସହ୍ଯ ବେଦନା

ଅଙ୍ଗ କଟା ଅବ୍ୟବସ୍ଥା ।

 

ଭାଷା ଅମୃତରେ

ବିଷ ଭରିଦେଇ

ନିସ୍ତେଜ କରି ଶରୀର,

ଉତ୍କଳ ମାତାର

ଅଙ୍ଗ କାଟିଦେଲେ

ପଡିଲା ବଙ୍ଗ ବିହାର ।

 

ଅସହ୍ଯ ଜନ୍ତ୍ରଣା

ଅନ୍ତର ଦହିଲା

ଲେଖିଲ ଲେଖନୀ ମୁନେ,

ଗାଇ ଗାଇ ତାହା

ପହଞ୍ଚାଇ ଦେଲ

ପ୍ରତି ଓଡ଼ିଆଙ୍କ କାନେ ।

 

କାଳନିଦ୍ରା ଭାଜି

ଉଠିଲେ ଓଡ଼ିଆ

ଗାଇଲେ ବିପ୍ଲବ ମନ୍ତ୍ର,

ପ୍ରାଣ ବଳିଦେଲେ

ଭାଷା ବଞ୍ଚାଇଲେ

ହେଲା ଉତ୍କଳ ସ୍ବତନ୍ତ୍ର ।

 

ସେହି ଲେଖାମାନ

ସେହି ମନ୍ତ୍ରଗାନ

ଗୁଞ୍ଜରିତ ହୁଏ ମନେ,

ଶ୍ରଦ୍ଧାଞ୍ଜଳୀ ଘେନ

ଜନ୍ମ ଜୟନ୍ତୀରେ

ଆଉ କିଛି କହି କାନେ ।

 

ଗଦାଧର ସାହୁ,ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ