ବାଞ୍ଛାନିଧି ଦାସ ଓ ଶ୍ରୀମତୀଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସହାୟଙ୍କୁ ସହାୟତା

କେନ୍ଦ୍ରାପଡା (ଚିତରଞ୍ଜନ ଦାସ) – ଦୀର୍ଘ ଏଗାରଦିନ ଧରି ସାରା ଜିଲ୍ଲାରେ ଲକଡାଉନ ବ୍ୟବସ୍ଥା ଜାରିି ରହିଥିବା ବେଳେ ଗରିବ, ଦିନମଜୁରିଆ ଓ ଅସହାୟମାନଙ୍କ ଅବସ୍ଥା ଅତ୍ୟନ୍ତ ଦୁର୍ବିସୟ ହୋଇପଡିଥିବା ବେଳେ ଏହି ସମୟରେ ସହାୟତାର ହାତ ବଢାଇଛି ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ । ଜିଲ୍ଲାର ଅଗ୍ରଣୀ ସେବା ସଂସ୍ଥା ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ମୁଖ୍ୟ ପୃଷ୍ଟ ପୋଷକ ଯୁକ୍ତରାଷ୍ଟ୍ର ଆମେରିକାର ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସଙ୍କ ଅନୁରୋଧକ୍ରମେ ଟ୍ରଷ୍ଟର ସଂଯୋଜକ ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତି ଓ ପୂର୍ବତନ ସରପଂଚ ଚିତ୍ତରଞ୍ଜନ ଦାସ ଆଜି ୨ୟ ଦିନ ପାଇଁ ଦୁହୁରିଆ ନିକଟ ପାଣ୍ଡିରିସ୍ଥିତ କୁଷ୍ଠ କଲୋନୀରେ ରହୁଥିବା ନିରାଶ୍ରୟ କୁଷ୍ଠ କଲୋନୀର ଅନ୍ତେବାସୀ ଓ ଦୁହୁରିଆ ଛକରେ ସଦର ଥାନା ପକ୍ଷରୁ ଖୋଲାଯାଇଥିବା ଅସ୍ଥାଇ ଫାଣ୍ଡି ଅଧିନରେ ନିଜ ନିଜର ଦାୟୀତ୍ୱ ନିର୍ବାହ କରୁଥିବା ଗୃହରକ୍ଷୀ ଭାଇମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ ସମ୍ପର୍କରେ ସଚେତନ କରିବା ସହିତ ଶୁଖିଲା ଖାଦ୍ୟ ବୀତରଣ କାର୍ଯ୍ୟରମ୍ଭ କରିଥିଲେ । ଏହି ଅବସରରେ ସଦର ଥାନାର ଭାରପ୍ରାପ୍ତ ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ଉପସ୍ଥିତ ରହି କୁଷ୍ଠ କଲୋନୀ ଅନ୍ତେବାସୀ ଓ ଗୃହରକ୍ଷୀ ଭାଇମାନଙ୍କୁ ଟ୍ରଷ୍ଟ ପକ୍ଷରୁ ପ୍ରଦତ୍ତ ଅଟା, ଚୁଡା ପ୍ରଭୃତି ଶୁଖିଲା ଖାଦ୍ୟ ବଂଟନ କରିଥିଲେ । ଏହି କାର୍ଯ୍ୟ ଲକଡାଉନ ଥିବା ଯାଏ ଜିଲ୍ଲାର ବିଭିନ୍ନ ଅଚଂଳରେ ଗରିବ ଲୋକମାନଙ୍କୁ ବଂଟନ କରାଯିବ ବୋଲି ସଂଯୋଜକ ଶ୍ରୀ ମହାନ୍ତି ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ