ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ +୨କଳା ଟପ୍ପରଙ୍କୁ ସମ୍ବର୍ଦ୍ଧନା
କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ +୨କଳା ଜିଲ୍ଲା ଟପ୍ପର ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ଗ୍ରାମର ତଥା କେନ୍ଦ୍ରାପଡା ଜୁନିଅର କଲେଜର +୨ କଳା ଛାତ୍ର ଶୁଭମ ଶେଖର ବେହେରା ଚଳିତ ବର୍ଷ +୨ କଳା ପରୀକ୍ଷାରେ ଜିଲ୍ଲା ଟପ୍ପର ହୋଇଥିବା ସମ୍ପର୍କରେ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟର ପୃଷ୍ଟପୋଷକ ଆମେରିକାର ଆଲସ୍କା ବିଶ୍ୱବିଦ୍ୟାଳୟର ପ୍ରଫେସର ଡଃ.ଦେବେନ୍ଦ୍ର କୁମାର ଦାସ ଜାଣିବା ପରେ ସଂପୃକ୍ତ ଛାତ୍ରଙ୍କୁ ମେଧାବୃତ୍ତିପ୍ରଦାନ କରିବାକୁ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତିଙ୍କୁ ପରାମର୍ଶ ଦେଇଥିଲେ । ସେହି ଅନୁଯାଇ ବୁଧବାର ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି ଓ କେନ୍ଦ୍ରାପଡା ଅର୍ବାନ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ଜମଧର ଗ୍ରାମରେ ପହଁଚି ଜିଲ୍ଲାର +୨ କଳା ଟପ୍ପର ହୋଇଥିବା ଛାତ୍ର ଶୁଭମଶେଖରଙ୍କୁ ସାର୍ଟିଫିକେଟ ଓ ମେଧାବୃତ୍ତି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ , ଏହି କାର୍ଯ୍ୟକ୍ରମରେ ସମାଜସେବୀ ଚିତ୍ତରଞ୍ଜନ ଦାସ ଉପସ୍ଥିତ ଥିଲେ|