ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରେସୱା ସ୍ୱାଧାରଗୃହ ଅନ୍ତେବାସୀଙ୍କୁ ମଶାରୀ ବଂଟନ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବଡହାଟର ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ମନକର ପୁରସ୍ଥିତ ରେସୱା ସ୍ୱାଧାରଗୃହର ଅନ୍ତେବାସୀମାନଙ୍କୁ ମଶାରୀ ବଂଟନ କରାଯାଇଛି । ରେସୱା ସ୍ୱାଧାରଗୃହର ଅନୁରୋଧ ଏବଂ ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରଫେସର ଡଃ ଦେବେନ୍ଦ୍ର କୁମାର ଦାସଙ୍କ ନିର୍ଦେଶକ୍ରମେ ଟ୍ରଷ୍ଟର ସଭ୍ୟ ପ୍ରଦୀପ କୁମାର ମହାନ୍ତିଙ୍କ ନେତୃତ୍ୱରେ ଜଗନ୍ନାଥ କ୍ୟାନସର ଏଡ ସୋସାଇଟିର ସଭାପତି ଗାୟତ୍ରୀ ମହାନ୍ତି ଓ ପୂର୍ବତନ ଦେନା ବ୍ୟାଙ୍କର ପ୍ରଶାସକ ଗୁରୁ ପ୍ରସାଦ ମହାନ୍ତି ରେସୱା ସ୍ୱାଧାରଗୃହର ଅନ୍ତେବାସୀମାନଙ୍କୁ ମଶାରୀ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭ୍ୟ ଚିତ୍ତରଞ୍ଜନ ଦାସ, ରେସୱା ଅନୁଷ୍ଠାନର ଲିଆକତ ହୁସେନ, ତତ୍ୱାବଧାରୀକା ମିନତୀ ମହାରଣା, ରେନୁଜା ରାଉତରାୟ, ସେକ ଅବଦୁଲ କରୀମ ପ୍ରମୁଖ ଉପସ୍ଥିତ ଥିଲେ ।