ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଅସୁସ୍ଥ କଲେଜ ଛାତ୍ରଙ୍କୁ ସହାୟତା
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜଣେ ଅସୁସ୍ଥ କଲେଜ ଛାତ୍ରଙ୍କୁ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ଆମେରିକାସ୍ଥିତ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସଭ୍ୟ ଚିତ୍ତରଞ୍ଜନ ଦାସ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଗ୍ରାମରେ ମାମୁଁଘରେ ରହୁଥିବା କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟର +୩ ୨ୟବର୍ଷ କଳା ଛାତ୍ର ତଥା କଚେରିପଡା ଗ୍ରାମର ଦିନମଜୁରିଆ ଶତୃଘନ ଜେନାଙ୍କ ପୁଅ ଦୀପକ କୁମାର ଜେନାଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରାୟ ୮ମାସ ତଳେ ହଠାତ ଦୀପକଙ୍କ ଅଂଟାରେ ଭୀଷଣ ଯନ୍ତ୍ରଣା ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କର ମେରୁଦଣ୍ଡ ଜନିତ ସମସ୍ୟା ପାଇଁ ଭୂବନେଶ୍ୱରସ୍ଥିତ କେୟାର ହସପିଟାଲରେ ଅସ୍ତ୍ରୋ୍ରପ୍ରଚାର କରାଯାଇଥିଲା । କିନ୍ତୁ ସେହି ଅସ୍ତ୍ରୋ୍ରପ୍ରଚାର ସଫଳ ନହେବାରୁ ପୁନର୍ବାର ଦୀପକଙ୍କର ଗୋଡଦୁଇଟି ଅଚଳ ହୋଇପଡିଥିବାରୁ ସେ ବିଛଣାରୁ ଉଠି ଆଉ ଚାଲିପାରୁନଥିବା ଜଣାପଡିଛି । ପ୍ରବଳ ଯନ୍ତ୍ରଣାରେ ଜର୍ଜ୍ଜରିତ ଦୀପକଙ୍କର ଆଉ ଏକ ଅସ୍ତ୍ରୋ୍ରପ୍ରଚାରର ଆବଶ୍ୟକତା ରହିଛି ବୋଲି ଡାକ୍ତର କହିଛନ୍ତି । କିନ୍ତୁ ଆର୍ଥିକ ଦୁରାବସ୍ଥା ଯୋଗୁଁ ତାଙ୍କର ଅସ୍ତ୍ରୋ୍ରପ୍ରଚାର ହୋଇପାରୁନାହିଁ । ଜିଲ୍ଲା ପ୍ରଶାସନକୁ ଏସମ୍ପର୍କରେ ଅବଗତ କରିବା ପରେବି କୈାଣସି ସହାୟତା ପ୍ରଦାନ କରାଯାଇନାହିଁ । ତେଣୁ ଏଥିନିମନ୍ତେ ଜିଲ୍ଲା ପ୍ରଶାସନ ତୁରନ୍ତ ସହାୟତର ହାତବଢାଇବାକୁ ଏବଂ ଅନ୍ୟ ବଦାନ୍ୟ ବ୍ୟକ୍ତିମାନେ ଦୀପକଙ୍କୁ ସହଯୋଗ କରିବା ପାଇଁ ଶ୍ରୀ ମହାନ୍ତି ନିବେଦନ କରିଛନ୍ତି ।