ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ପିଡିତଙ୍କୁ ସହାୟତା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସହରର ବଡହାଟସ୍ଥିତ ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ କର୍କଟ ରୋଗରେ ପିଡିତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଟ୍ରଷ୍ଟର ମୁଖ୍ୟ ପୃଷ୍ଟପୋଷକ ତଥା ସୁଦୂର ଆମେରିକାରେ ଥିବା ପ୍ରଫେସର ଦେବେନ୍ଦ୍ର କୁମାର ଦାସଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ଓ ସାମ୍ବାଦିକ ସୋମନାଥ ସାହୁ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଞ୍ଚାୟତର ପାରାଚକ ଗ୍ରାମର କର୍କଟ ରୋଗରେ ପିଡିତା ଦିବାକର ମଳିକଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ମଳିକଙ୍କ ଘରେ ପହଞ୍ଚି ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସେହିପରି ରାଜନଗର ବ୍ଲକ ଅନ୍ତର୍ଗତ କେରଡାଗଡ ଅଞ୍ଚଳର ବାଲିସାହି ପାଟଣା ଗ୍ରାମର କର୍କଟ ରୋଗରେ ପିଡିତ ପ୍ରଦିପ୍ତ ପ୍ରଧାନଙ୍କୁ ମଧ୍ୟ ଟ୍ରଷ୍ଟ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଟ୍ରଷ୍ଟର ସଂଯୋଜକ ଶ୍ରୀ ମହାନ୍ତି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ