ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ରେସୱା ସ୍ୱାଧାର ଗୃହରେ ଶୁଖିଲା ଖାଦ୍ୟ ବଂଟନ
କେନ୍ଦ୍ରାପଡା (ଚିତ୍ତରଞ୍ଜନ ଦାସ) : ବାଞ୍ଛାନିଧି ଦାସ ଓ ଶ୍ରୀମତୀ ଦେବୀ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଶୁକ୍ରବାର କେନ୍ଦ୍ରାପଡା ସହରର ମନକରପୁର ସ୍ଥିତ ରେସୱା ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ଚୁଡା ଓ ବିସ୍କୁଟ ବୀତରଣ କରାଯାଇଛି । ଟ୍ରଷ୍ଟର ସଂଯୋଜକ ପ୍ରଦୀପ କୁମାର ମହାନ୍ତି ସ୍ୱଧାର ଗୃହର ଅନ୍ତେବାସୀମାନଙ୍କୁ ଶୁଖିଲା ଖାଦ୍ୟ ବୀତରଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭ୍ୟ ଚିତ୍ତରଞ୍ଜନ ଦାସ, ସୁଶିଲ ସାମଲ, ପୂର୍ବତନ ପୈାର କାଉନସିଲର ହୀବଜୁର ରହେମାନ,ସ୍ୱଧାର ଗୃହର ତତ୍ୱାବଧାରିକା ମୀନତୀ ମହାରଣା,ସମାଜସେବୀ ଲିୟାକତ ହୁସେନ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମ କରୋନା ଜନିତ ଲକଡାଉନ ବଳବତ୍ତର ଥିବା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଟ୍ରଷ୍ଟର ସଂଯୋଜକ ମହାନ୍ତି କହିଛନ୍ତି ।