ବାଟବଣା ଶିକ୍ଷାବ୍ୟବସ୍ଥା

ମୋହନା,(ଅଂଶୁମାନ ପଣ୍ଡା):ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ନିମନ୍ତେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ପ୍ରତିବର୍ଷ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଗଜପତି ଜିଲ୍ଲା ମୋହନା ବ୍ଲକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳିଛି । ଅଂଚଳରେ ମୋଟ ୪୯ ଟି ପଂଚାୟତ ରହିଥିବା ବେଳେ ବିଭିନ୍ନ ପଂଚାୟତରେ ୧୦ ରୁ ଉର୍ଦ୍ଧ୍ୱ ସ୍କୁଲ ରହିଛି । ତେବେ ସ୍କୁଲ ଗୁଡିକରେ ଏହାର ଓଲଟା ଚିତ୍ର ଦେଖିବାକୁ ମିଳୁଛି । ସ୍କୁଲ ଗୁଡିକରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଆସୁନଥିବା ବେଳେ ଅନ୍ୟ କିଛି ସ୍କୁଲରେ ଶିକ୍ଷକ ଅଭାବ ରହିଛନ୍ତି । ସେହିପରି ଅନ୍ୟ କିଛି ସ୍କୁଲରେ ପାଚେରୀ ନାହିଁ ,ପାଣିର ସୁବିଧା ନାହିଁ ,ଶ୍ରେଣୀ ଗୃହ ଗୁଡିକରେ କାଠ ଆଦି ରହିଥିବା ଦେଖିବାକୁ ମିଳିଥିବା ବେଳେ ଶିକ୍ଷକ ମାନେ ଗାଡି ଓ ସାଇକେଲ ରଖୁଥିବାର ନଜିର ରହିଛି । ସେପରି ଅନେକ ଜାଗରେ ବିଦ୍ୟାଳୟ ଖେଳ ପଡିଆ ନିକଟରେ ବିଦ୍ୟୁତ ତାର ଯାଇଛି ଯାହା ଫଳରେ ପିଲା ଖେଳିବା ତ ଦୂରର କଥା ପିଲା ସେ ତଡ ବି ମାଡୁ ନାହାନ୍ତି । ଅଭିଯୋଗ ପରେ ବିତି ଲାଣି ଦୁଇ ବର୍ଷ ସମାଧାନ ଶୂନ କେତେ ବିଭାଗ ଅଧିକାରୀ ଗଲେଣି ଆସିଲେଣି କିନ୍ତୁ ପିଲାଙ୍କ ପାଠ ପଡା ର ସମାଧାନ ହୋଇପାରୁନି ଏପରିକି ଶିକ୍ଷକ ମାନେ ସମୟ ଅନୁସାରେ ବିଦ୍ୟାଳୟ ରେ ପଞ୍ଚି ପାରୁ ନାହାନ୍ତି କି ବିନା ଛୁଟି ଦରଖାସ୍ତ ରେ ମଧ୍ୟ୍ୟ ବିଦ୍ୟାଳୟ ରେ ଉପସ୍ଥିତ ନଥାଇ ମାସିକ ଦରମା ପାଉଛନ୍ତି ଅନେକ ଜାଗାରେ ଗୋଟେ ଦିନ ଶିକ୍ଷକ ଆସିଲେ ତାପର ଦିନ ଅନ୍ୟ ଜଣେ ଉପସ୍ଥିତ ରହୁନାହାନ୍ତି ବିଦ୍ୟାଳୟ କୁ ପାଦ ନ ଦେଇ ମଧ୍ୟ୍ୟ ରେଜିଷ୍ଟ୍ରରେ ପ୍ରେଜେଣ୍ଟ ହଉଛି କିପରି ବିଦ୍ୟାଳୟ ରେ ରୋଷିଇଆଙ୍କୁ ବର୍ଷ ବର୍ଷ ଧରି ଟଙ୍କା ମିଳୁନି ସେ ଟଙ୍କା କୁଆଡେ ଯାଉଛି ତା ବାଟ ପାଉନି ଉପର ଅଧିକାରୀ ମାନେ କିଛି ଜାଗରେ ଶିକ୍ଷକଓ ଶିକ୍ଷୟତ୍ରୀ ମାନେ ୧୦ରୁ ୧୧ଟାରେ ଯାଇ ୨.୩୦ରୁ ୩ଟା ସମୟ ରେ ଫେରୁଛନ୍ତି ଏଥି ପ୍ରତି ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ୍ୟ ଗୋଷ୍ଟି ଶିକ୍ଷା ଅଧିକାରୀ ଅଫିସ ରେ ପିସି ନେଇ ଫାଇଲ କୁ ବନ୍ଦ କରିଦିଆ ଯାଉଛି ଶିକ୍ଷକମାନେ ମଧ୍ୟ୍ୟ ମାସ ସାରା ବିଦ୍ୟାଳୟ କୁ ପିଲାଙ୍କୁ ପାଠ ନ ପଡାଇ ଫିଲଡ ବୁଲି ରାଜନୀତି କରୁଛନ୍ତି। କାରଣ ମୋହନା ବ୍ଲକ ରେ ଶିକ୍ଷା ବିଭାଗର ବିଇଓ ନାହିଁ। ଗତ କାଲି ବିଶ୍ଵ ଶିଶୁ ଦିବସ ପାଳନ ପାଇଁ ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କ ନିର୍ଦ୍ଦେଶ ରହି ଫୋଟ ଓ ନାଲି କରିବାକୁ କହିଥିଲେ। ନା ଶିକ୍ଷକ ମାନିଲେ ନା ଅଧିକାରୀ। ଶେଷରେ ଚା ଦୋକାନ ରେ ଚର୍ଚ୍ଚା ହେଲା ଜିଲ୍ଳା ଶିକ୍ଷା ଅଧିକାରୀ ଙ୍କ ଚିଠି ର ଘୋର ଅପମାନ।ମୋହନା ବ୍ଳକରେ କେବେ ସୁଧୁରିବ ଶିକ୍ଷା ବ୍ୟବସ୍ଥା ଏହାକୁ ନେଇ ଚିନ୍ତା ରେ ଅଞ୍ଚଳ ବାସି ଓ ଅଭିଭାଵକ ମାନେ ମୁଣ୍ଡରେ ହାତ ଦେଲେଣି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ