ବାଟରେ ସରିଗଲା ଆମ୍ବୁଲାନ୍ସର ତେଲ,ଚାଲିଗଲା ଦୁଇ ଦୁଇଟି ଜୀବନ
ଆମ୍ବୁଲାନ୍ସ ସେବା କାହା ସ୍ୱାର୍ଥରେ ! ଆପତ କାଳିନ ସେବା ଯୋଗାଇଦେବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । କିନ୍ତୁ ବିଭିନ୍ନ ସମୟରେ ଆମ୍ବୁଲାନ୍ସର ରୋଗୀ ନିକଟରେ ପହଞ୍ଚିବାର ବିଳମ୍ଭ କାରଣରୁ ରୋଗୀର ମୃତ୍ୟୁ ହୋଇଥିବା ଖବର ସମସ୍ତଙ୍କ ନଜର ରହିଥାଏ ତ କେଉଁଠି ଅପହଞ୍ଚ ଇଲାକା ହୋଇଥିବା କାରଣରୁ ଅନେକ ସମୟରେ ଅକାଳରେ ସାଧାରଣ ଲୋକମାନଙ୍କର ପ୍ରାଣହାନି ଘଟିଥିବାର ନଜିର ରହିଛି । କିନ୍ତୁ ଅଧା ବାଟରେ ଗର୍ଭବତୀ ଙ୍କୁ ସେବା ଯୋଗାଇଦେବାକୁ ଯାଇଥିବା ଆମ୍ବୁଲାନ୍ସକୁ ମେଡିକାଲରେ ଭର୍ତ୍ତିକରିବାକୁ ପ୍ରୟାସ କରିଥିଲା ସତ କିନ୍ତୁ ଆମ୍ବୁଲାନ୍ସ ର ପେଟ୍ରୋଲ ସରିଯିବା କାରଣରୁ ଅଧାବାଟରେ ଗର୍ଭବତୀ ମା ସମେତ ଶୁଶୁର ମୃତ୍ୟୁ ଘଟଣା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଏକ ଦୁଖଦ ଖବର ଆସିଛି ମୟୂରଭଞ୍ଜ ଜିଲ୍ଲାର ବାରିପଦା ବାଙ୍ଗିରିପୋଷି ଅଂଚଳର । ଯାହା ଶୁଣିଲେ ସମସ୍ତଙ୍କ ଛାତି ଥରି ଉଠିବ । ମିଳିଥିବା ଖବର ଅନୁଯାୟୀ ସ୍ୱାମୀ ଚିତରଞ୍ଜନ ଙ୍କ ସ୍ତ୍ରୀ ତୁଳସୀ ଗର୍ଭବତୀ ରହିଥିବା ବେଳେ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ବାରିପଦା ;ମେଡିକାଲକୁ ଅଣାଯାଉଥିଲା କିନ୍ତୁ ରାସ୍ତା ଅଧରେ ହଠାତ୍ ଆମ୍ବୁଲାନ୍ସର ତେଲ ସରିଗଲା ଦୀର୍ଘ ଅଧେଘଣ୍ଟା ଠାରୁ ଅଧିକ ସମୟ ଧରି ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ମା ଓ ଶିଶୁ ପ୍ରାଣ ହରାଇଥିଲେ । ବାରିପଦା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ସାଧାରଣ ମନରେ ପ୍ରଶ୍ନ ଉଙ୍କି ମାରୁଛି କାହା ସେବାରେ ଆମ୍ବୁଲାନ୍ସ ,ଯେତେ ବେଳେ ସରକାରୀ ଆମ୍ବୁଲାନ୍ସ ରୋଗୀମାନଙ୍କୁ ଆଣିବାକୁ ଯାଉଛନ୍ତି ସେତେବେଳେ କିପରି ଗାଡିର ତେଲ ସରିଗଲା ଓ ସେ କିପରି ଜାଣିପାରିଲେ ନାହିଁ ତାହାକୁ ନେଇ ଏବେ ନାନା ପ୍ରଶ୍ନ ଉଙ୍କି ମାରିଛି ।