ବାଟ ଓଷା ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ଆଜି ବାଟ ଓଷା ପାଳିତ ହୋଇଯାଇଛି। ପୁତ୍ର ସନ୍ତାନ ମାନଙ୍କର ଦୀର୍ଘାୟୁ କାମନା କରି ମା ମାନେ ଏହି ବ୍ରତ ଉତ୍ସବ ପାଳନ କରିଥାନ୍ତି। ଵିଶେଷ କରି ଗାଁ ଗହଳିର ଦୈନନ୍ଦିନ ଯାତାୟତ ପଥରେ ଏହି ପୂଜା ହେଉଥିବା ଯୋଗୁଁ ଏହାକୁ ଵାଟ ଓଷା ଵୋଲି ଅଭିହିତ କରାଯାଏ। ଏହି ବ୍ରତରେ ଯମ ମହାରାଜାଙ୍କୁ ମାନସିକ କରି ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି। ଏହି ପରିପ୍ରେକ୍ଷୀରେ ଆଜି ଵ୍ଲକର ମାଳଦା, ଵାରିକପୁର, ଆଖୁଆପଦା, ମଞ୍ଜୁରୀରୋଡ, ଵାଲିପୋଖରୀ, ସରସଦା, ରାଢୋ, ରହଣିଆ, କୁଲଣା, ମଣିନାଥପୁର, ନେରଡା, ତେସିଙ୍ଗା, ରାଜେନ୍ଦ୍ରପୁର ପ୍ରମୁଖ ସ୍ଥାନରେ ଆଜି ଵାଟ ଓଷା ପାଳନ ହୋଇଛି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ