ବାଟ ହୁଡ଼ିଛି ବାଂଲାଦେଶ

ନିର୍ମଳ ଚନ୍ଦ୍ର ସାମଲ

ଗତ କିଛିମାସ ଧରି ବାଂଲାଦେଶ ଅଶାନ୍ତ ବାତାବରଣ ଭିତରେ ଗତିକରୁଛି, ଅଶାନ୍ତି, ଅସନ୍ତୋଷ, ଦଙ୍ଗା ହଙ୍ଗାମା, ଭଙ୍ଗାରୁଜା, ପୋଡାଜଳା, ହତ୍ୟାଲୁଣ୍ଠନ ଆଦି ନାରକୀୟ କାଣ୍ଡ ଲାଗି ରହିଛି, ୧୯୭୧ ମସିହାରେ ଭାରତ ବାଂଲାଦେଶକୁ ଏକ ସ୍ଵତନ୍ତ୍ର ରାଷ୍ଟ୍ରର ମାନ୍ୟତା ପାଇବାରେ ଅକୁଣ୍ଠ ସହଯୋଗ କରିଥିଲା କିନ୍ତୁ ସମ୍ପ୍ରତି ବାଂଲାଦେଶ ଭାରତ ସହିତ ବିଶ୍ୱାସ ଘାତକତାର ସୀମା ଉଲ୍ଲଂଘନ କରିଛି, ଭାରତୀୟ ସେନା ପାକିସ୍ଥାନ ସହିତ ପ୍ରାଣମୂର୍ଛା ଲଢ଼ି ବାଂଲାଦେଶକୁ ଏକ ସ୍ଵତନ୍ତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା, ଏହି ଯୁଦ୍ଧରେ ୩୮୪୩ ଜଣ ଭାରତୀୟ ସେନାଙ୍କୁ ପ୍ରାଣବଳି ଦେବାକୁ ପଡିଥିଲା କିନ୍ତୁ ପରିତାପର ବିଷୟ ଦୀର୍ଘଦିନ ଧରି ରହିଥିବା ବନ୍ଧୁତାକୁ ଆଜି ବାଂଲାଦେଶୀ କୁଠାରଘାତ କରି ପାକିସ୍ତାନ ସହ ହାତ ମିଳାଇ ଭାରତ ପାଇଁ ଷଡଯନ୍ତ୍ରର ବ୍ୟୁହ ରଚନା କରିବାରେ ଲାଗି ପଡ଼ିଛନ୍ତି,
ଫଳତଃ ଦେଶରେ ଯୁବଛାତ୍ର ଆନ୍ଦୋଳନ, ରାଜନୈତିକ ଅସ୍ଥିରତା,ସାମ୍ପ୍ରଦାୟିକ ହିଂସା, ନରସଂହାର, ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି, ଗତ ଦେଢବର୍ଷର ମହମ୍ମଦ ୟୁନୁସଙ୍କ କାମଚଳା ସରକାର ପରିସ୍ଥିତି ନିୟନ୍ତ୍ରଣ କରିବାରେ ବିଫଳ ହୋଇଛନ୍ତି ଫଳରେ ରାଜନୈତିକ ସ୍ଥିତି ଅସମ୍ଭାଳ ହେବା ସଙ୍ଗେସଙ୍ଗେ ଆଭ୍ୟନ୍ତରୀଣ ହିଂସା ଉଗ୍ରରୂପ ନେବାରେ ଲାଗିଛି, ଦେଶର ଧନଜୀବନ ବିପଦମୁଖୀ ହୋଇପଡ଼ିଛି, ଫଳତଃ ଆଗାମୀ ଦୁଇମାସ ମଧ୍ୟରେ ନିର୍ବାଚନ ହେବା ପାଇଁ ଘୋଷଣା କରାଯାଇଛି, ବିଡ଼ମ୍ବନାର ବିଷୟ ଆଜିର ଯୁବଗୋଷ୍ଠୀ ବଙ୍ଗବନ୍ଧୁ ମୁଜବର ରହମାନଙ୍କ ତ୍ୟାଗ,ବଳିଦାନକୁ ଉପେକ୍ଷା କରି ତାଙ୍କ ପ୍ରତିମୂର୍ତ୍ତିକୁ ନିର୍ମମ ଭାବେ ଭାଙ୍ଗି ଦିଆଯାଇଛି, ଜଣେ ଛାତ୍ରନେତା ଆତତାୟୀ ଗୁଳିରେ ଶିକାର ହେବା ଆଜିର ଯୁବପିଢିଙ୍କ ଦେଶପ୍ରେମ ଓ ଆତଙ୍କି ବିଚାରଧାରା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି, ଢାକାରେ ଥିବା ଭାରତୀୟ ଦୂତାବାସ ଉପରେ ଆକ୍ରମଣ,ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ ଭଙ୍ଗାରୁଜା ସହରରେ ଅଶାନ୍ତ ବାତାବରଣ ସୃଷ୍ଟି କରିଛି, ବିପଦରେ ମିତ୍ରତାର ହାତ ବଢ଼ାଇଥିବା ଭାରତ ସହିତ ଶତ୍ରୁତା ଆଚରଣ କରିବା ବାଂଲାଦେଶରେ ପ୍ରତିଦିନ ଘଟୁଥିବା ଘଟଣା ଉପରେ ଭାରତକୁ ନିଶାନା କରିବା ସହିତ ଗଣମାଧ୍ୟମରେ ଅପପ୍ରଚାର କରିବା ଓ ବିରୋଧାଭାଷ ନାରାଦେବାରୁ ସ୍ପଷ୍ଟ ଅନୁମେୟ, ଦୁଃଖର ବିଷୟ ଆଜିର ଯୁବପିଢି ପୂର୍ବ ପାଞ୍ଚଦଶନ୍ଧିର ଲୁହଲହୁ ବିଜଡିତ ସଂଗ୍ରାମର ଇତିହାସ ବିଷୟରେ ଜାଣି ନାହାଁନ୍ତି,ଆଜି ସଂଖ୍ୟାଲଘୁ ହିନ୍ଦୁମାନେ ଅସୁରକ୍ଷିତ, ହିନ୍ଦୁ ମନ୍ଦିର ଗୁଡିକୁ ଭାଙ୍ଗି ଦିଆଯାଉଛି, ରାସ୍ତାଘାଟରେ ସେମାନେ ଗମନାଗମନ କରିବାକୁ ଭୟ କରୁଛନ୍ତି। ଶେଖ୍ ହସିନାଙ୍କ ସରକାର ପତନ ପରେ ପ୍ରବଳ ବିଦ୍ରୋହ ମୁଣ୍ଡ ଟେକିବାରୁ ସେ ପ୍ରାଣଭୟରେ ଭାରତକୁ ପଳାଇ ଆସିଥିଲେ। ଭାରତ ଗତ ଦେଢବର୍ଷ ଧରି ତାଙ୍କୁ ଆଶ୍ରୟ ଦେଇଥିବାରୁ ବାଂଲାଦେଶୀ ଲୋକେ ଭାରତ ବିରୋଧୀ ହୋଇ ପଢିଛନ୍ତି। ହାସିନାଙ୍କ ଆୱାମି ଲିଗ୍ ଦଳ ଆଗାମୀ ନିର୍ବାଚନରେ କିପରି ଭାଗ ନେଇ ନପାରିବେ ସେଥିପାଇଁ ୟୁନିସ ସରକାର ଲାଗି ପଡ଼ିଛନ୍ତି।ସେଠାରେ ଝିମିଟି ଖେଳରୁ ମହାଭାରତ ପରି ଘଟଣା ଦେଖାଯାଉଛି। ଭାରତରେ ହାସିନା ବିଦ୍ରୋହୀଙ୍କ କବଳରେ ଶାସନ ନିକଟରେ ନିର୍ବାଚନ। ତଥାପି ବଂଲାଦେଶରେ ବିଦ୍ରୋହ, ଅଶାନ୍ତି ଓ ପୋଡାଜଳା କାହିଁକି କାମଚଳା ସରକାରର ମୁଖ୍ୟପ୍ରସଙ୍ଗ, ୟୁନିସ ବୟସାଧିକ୍ୟ କାରଣରୁ କୌଣସି ସଠିକ୍ ନିଷ୍ପତ୍ତି ନେବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଅନେକ ଉପଦେଷ୍ଟା କାମଚଳା ସରକାରଙ୍କୁ ସହଯୋଗ ଦେଉନାହାନ୍ତି ଓ ତାଙ୍କ ମଧ୍ୟରେ ତାଳମେଳ ରହୁନାହିଁ। ବାଂଲାଦେଶ ସୃଷ୍ଟିହେବା ପରେ ଭାରତ ବାଂଲାଦେଶ ସୀମା ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ଶହଶହ କିଲୋ ମିଟର ସୀମାରେ ଲୁହାବାଡ ନଥିଲା। ବି.ଜେ.ପି. ସରକାର ଆସିବା ପରେ ପଡୋଶୀ ବାଂଲାଦେଶ, ଚୀନ ଓ ପାକିସ୍ତାନ ସୀମାରେ ଲୁହାବାଡ କରାଯାଉଛି। ପୂର୍ବରୁ ବାଂଗ୍ଲାଦେଶର କେତେକ ବ୍ୟକ୍ତି ଅନାୟସରେ ଭାରତ ସୀମାରେ ପ୍ରବେଶ କରି ନିଜର ଫାଇଦା ଉଠାଉଥିଲେ। ଅନୁପ୍ରବେଶ ରୋକିବାକୁ କେନ୍ଦ୍ର ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନରେ ପଡୋଶୀ ବାଂଲାଦେଶୀ ଏକପ୍ରକାର ଛାନିଆ ହୋଇପଡ଼ିଛନ୍ତି। ଶହଶହ ମାଇଲ ସୀମାନ୍ତ ଅଞ୍ଚଳ ଖୋଲା ପଡିଥିବାରୁ ଭାରତୀୟ ଇଲାକାରେ ପ୍ରବେଶକରି ଚୋରି,ଡକାୟତି ଆଦି ନାରକୀୟ କାଣ୍ଡ ସ୍ରୁଷ୍ଟି କରୁଛନ୍ତି। ଅନେକ ସମୟରେ ଭାରତ ସୀମାରେ ଥିବା ଧାନଫସଲ ନଷ୍ଟ କରିଦେବା, ଗୋରୁଗାଈ ଚୋରେଇନେବା ନିତିଦିନିଆ ଘଟଣା। ଏଥିରେ ଆମର ସୀମାସୁରକ୍ଷା ବଳ ରୋକ୍ ଲଗାଇ ଥିବାରୁ ସେମାନେ କ୍ଷୁବ୍ଧ ହୋଇ ଭାରତ ବିରୁଦ୍ଧରେ କୁତ୍ସାରଟନା କରୁଛନ୍ତି। ଅନୁପ୍ରବେଶ ରୋକିବାକୁ ସମ୍ପ୍ରତି ସରକାର ଗୁରୁତ୍ଵ ଦେଇଥିବାରୁ ସୀମା ଶାନ୍ତ ଓ ସୁରକ୍ଷିତ ରହିଛି। ସୀମାରେ ରାସ୍ତା ନିର୍ମାଣ ଲୁହା ବାଡ, ତାର ଜାଲିକାମ ଦ୍ରୁତଗତିରେ ଚାଲିଛି। ବାଂଲାଦେଶରେ ବେକାରୀ ଦରିଦ୍ରତା ଚରମ ସୀମାରେ ପହଞ୍ଚିଥିଲେ ମଧ୍ୟ ସରକାର ମୁଖ୍ୟ ପ୍ରଃ.ୟୁନୁସ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଭଳି ମନେହୁଏ। ଅଶାନ୍ତ ପରିବେଶକୁ ରୋକି ନପାରିବା, ନିର୍ବାଚନ ପୂର୍ବରୁ ସ୍ଥିତାବସ୍ଥା ବଜାୟ ନରଖିବା ବିଡମ୍ବନାର ବିଷୟ। ଭାରତ ବାଂଲାଦେଶର କୂଟନୈତିକ ସମ୍ପର୍କ ଦିନକୁଦିନ ତିକ୍ତ ହେବାକୁ ବସିଲାଣି। ଏଥିପାଇଁ ୟୁନୁସ ସରକାର ସମ୍ପୂର୍ଣ୍ଣ ଦାୟୀ କହିଲେ ଅତ୍ୟୁକ୍ତି ହେବନାହିଁ। ହିନ୍ଦୁ ଧର୍ମାବଲମ୍ବୀଙ୍କ ସମେତ ଅନେକ ସଂଖ୍ଯାଲଘୁ ସମ୍ପ୍ରଦାୟ ପ୍ରମାଦ ଗଣିଲେଣି। ଏଥିରେ ୟୁନିସ ସରକାର ସମ୍ପୂର୍ଣ୍ଣ ଉଦାସୀନ।ଏକଥା କହିବା କାହାକୁ ଶୁଣିବ କିଏ ? ପ୍ରଃ. ୟୁନୁସ ନିଜର ଦୋଷ ଲୁଚାଇବାକୁ ଯାଇ ଏଘର ମାଉସୀ ସେଘର ପିଉସୀ ଭଳି ହେଉଛନ୍ତି। ଦୋଦୁଲ୍ୟମାନ ୟୁନୁସ ସରକାର ପାକିସ୍ତାନ ପାଖରେ ଲସର ପସର ହେଉଛି।ଏ ଅପରିଣାମଦର୍ଶୀ କାର୍ଯ୍ୟରେ ପାକିସ୍ତାନ ଫାଇଦାରେ ରହିଛି। ଏ ଚିନ୍ତାଜନକ ପରିସ୍ଥିତିରେ ଆନ୍ତର୍ଜାତୀୟ ସମୁଦାୟ ସମୟୋଚିତ ହସ୍ତକ୍ଷେପ କରିବାର ଆବଶ୍ୟକତା ଅନୁଭୂତ ହେଉଛି.

ପୋଖରୀପୁଟ, ଭୁବନେଶ୍ବର

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ