ବାଡି ପଛପଟେ ସୁନାଖଣି
ଭାଗ୍ୟରେ ଥିଲେ ମଣିଷ କେଉଁଠି ନା କେଉଁଠି ପହଞ୍ôଚପାରିବ । ଏ କଥାଟି ଆପଣମାନେ ଶୁଣିଥିବେ । ଠିକ୍ ସେହିପରି ଏକ ଘଟଣା ଘଟିଛି ଅଷ୍ଟ୍ରେଲିଆର ଟ୍ରିସବେନ ସହରରେ, ଯାହା ଶୁଣିଲେ ଆପଣ କହିବେ ଭାଗ୍ୟରେ ନଥିଲେ ଏମିତି ହୁଏ ନାହିଁ । ସେଠାରେ ରହୁଥିବା ଜଣେ ବ୍ୟକ୍ତି ନିଜ ବାଡିରେ ବୁଲୁ ବୁଲୁ ଏକ ସୁଡଙ୍ଗର ସନ୍ଧାନ କରିଥିଲେ । ସେହି ବ୍ୟକ୍ତି ଜଣଙ୍କ ପ୍ରାୟ ୩ ବର୍ଷ ଧରି ସେଠାରେ ରହୁଥିଲେ ସୁଦ୍ଧା ସୁଡ଼ଙ୍ଗକୁ ପୂର୍ବରୁ ଦେଖିନଥିଲେ । ସେହି ସୁଡ଼ଙ୍ଗଟିକୁ ଦେଖି ମନରେ ସନ୍ଦେହ ହେବାରୁ ତା’ ମଧ୍ୟକୁ ନଯାଇ ସୁଡ଼ଙ୍ଗ ବିଷୟରେ ଖୋଳତାଳ ଆରମ୍ଭ କରିଥିଲେ । ଏହାପରେ ସେ ଜାଣିବାକୁ ପାଇଥିଲେ ଯେ, ସୁଡ଼ଙ୍ଗଟି କୌଣସି ସାଧାରଣ ସୁଡ଼ଙ୍ଗ ନଥିଲା । ସୁଡ଼ଙ୍ଗଟି ଥିଲା ସୁନା ଖଣିକୁ ରାସ୍ତା । ତାଙ୍କର ଘର ମଧ୍ୟ ସୁନା ଖଣି ଉପରେ ଥିବା ସେ ଜାଣିବାକୁ ପାଇଥିଲେ । ସୁନାଖଣିର ସନ୍ଧାନ ପରେ ଜାଗାଟିର ମୂଲ୍ୟରେ ଅପେକ୍ଷାକୃତ ବୃଦ୍ଧି ଘଟିଛି । ପରେ ୯ କୋଟି ଟଙ୍କା ମୂଲ୍ୟରେ ବ୍ୟକ୍ତି ଜଣଙ୍କୁ ଜାଗାଟିକୁ ବିକ୍ରି କରିଦେଇଥିଲେ ।