ବାଡେଗୁଡା ରେ ଯୁଗ୍ମ ଅଭିଯୋଗ ଶୁଣାଣି
ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ବାଡେଗୁଡା ପଂଚାୟତ କାର୍ଯ୍ୟଳୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ଏହି ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ବିଜୟ ଦାସ ଯୋଗଦେଇ ଲୋକଙ୍କ ବିଭିନ୍ନ ଅଭିଯୋଗ ଶୁଣିଥିଲେ l ବିଶେଷ କରି ବିଭିନ୍ନ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ, ରାସ୍ତା ସମସ୍ୟା, ବିଦ୍ୟୁତ୍ ସମସ୍ୟା, ବିଦ୍ୟାଳୟ ସମସ୍ୟା, ଭତl ପ୍ରଦାନ ଭଳି ବିଭିନ୍ନ ଅଭିଯୋଗ ଆସିଥିଲା l ଏଥିରେ ସମୁଦାୟ ୧୦୨ ଟି ଅଭିଯୋଗ ଆସିଥିବା ବେଳେ ସେଥିରୁ ୪୦ ଟି ବ୍ୟକ୍ତିଗତ ଓ ୬୨ ଟି ସାମୁହିକ ଅଭିଯୋଗ ଥିଲା l ସମସ୍ୟା ଗୁଡ଼ିକର ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ l ଏହି ଅଭିଯୋଗ ଶୁଣାଣିରେ ଏସପି ଯତୀନ୍ଦ୍ର ପଣ୍ଡା, ମୋହନା ବିଡ଼ିଓ ରାଜୀବ ଦାସ, ଭାରପ୍ରାପ୍ତ ତହସିଲଦାର ଜ୍ୟୋତିର୍ମୟ ଦାସ, ବିଭିନ୍ନ ବିଭାଗର ଅଧିକାରି ଯୋଗଦେଇଥିଲେ l