ବାଣଫୁଟାକୁ ନା ସବୁଜ ଦୀପାବଳୀର ବାର୍ତ୍ତା ଦେଲେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ଆଲୋକର ପର୍ବ ଦୀପାବଳୀର ଅବ୍ୟବହିତ ପୂର୍ବରୁ ଭିନ୍ନ ଭିନ୍ନ ପୋଷ୍ଟରରେ ପରିସ୍ପୁଟ କରାଇ ଜନସଚେତନତା ଅଙ୍ଗୀକାରବଦ୍ଧ ଥିବା ସାମାଜିକ କର୍ମୀ ତଥା ପରିବେଶବିତ୍ ସୁଶାନ୍ତ ସାହୁ ‘ଗ୍ରୀନ୍ ୱାଲ୍‌’ରେ ଏଗୁଡ଼ିକୁ ସ୍ଥାନିତ କରି ଦୀପାବଳୀକୁ ପ୍ରଦୂଷଣ ଏବଂ ବିପଦମୁକ୍ତ କରିବା ପାଇଁ ସବୁଜ ଦୀପାବଳୀର ବାର୍ତ୍ତା ଦେଇଛନ୍ତି । ଭୁବନେଶ୍ୱରସ୍ଥିତ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ୍‌-୨ଠାରେ ଇକୋ-ଫ୍ରେଣ୍ଡ୍‌ଲି ଦୀପାବଳୀର ଉପାଦେୟତାକୁ ବିଭିନ୍ନ ପୋଷ୍ଟର ମାଧ୍ୟମରେ ଦର୍ଶାଇଛନ୍ତି । ‘ସେ ନୋ ଟୁ କ୍ରାକର୍ସ’କୁ ସମର୍ଥନ କରି ସୁଶାନ୍ତ କୁହନ୍ତି ଦେଶର ୫୦ ପ୍ରତିଶତ ବାୟୁ ପ୍ରଦୂଷଣ ଦୀପାବଳୀ ସମୟରେ ହୋଇଥାଏ । ବାଣରୁ ନିର୍ଗତ ଧୂଆଁରେ ସଲ୍‌ଫର୍ ଡ଼ାଇ ଅକ୍ସାଇଡ୍‌, କାର୍ବନ ଡ଼ାଇଅକ୍ସସାଇଡ୍ ଓ କାର୍ବନ ମନୋଅକ୍ସାଇଡ୍ ପରି ମାରାତ୍ମକ ଗ୍ୟାସ୍ ଶ୍ୱାସ ପରି ମାରାତ୍ମକ ରୋଗ ସୃଷ୍ଟି କରେ । ଶବ୍ଦ ପ୍ରଦୂଷଣ ଜ୍ୱାଳା ମଧ୍ୟ ଭୋଗିବାକୁ ପଡ଼ିଥାଏ । ଆହୁରି ମଧ୍ୟ ଅନେକ ଜୀବଜନ୍ତୁ ଓ ପକ୍ଷୀମାନଙ୍କ ଜୀବନହାନୀ ଘଟିବା ସହ ଜୀବଜଗତକୁ ପ୍ରଭାବିତ କରିଥାଏ । ଏତଦ୍‌ସହ ଅଗ୍ନିକାଣ୍ଡ ଘଟି ଅନେକ ଗରିବଙ୍କ ଘର ପୋଡ଼ି ହୋଇଯିବା ସହ ଧନ, ଜୀବନ ନଷ୍ଟ ହୋଇଥାଏ । ବାଣ ବ୍ୟବହାର ନ କରି କେବଳ ଦୀପ ଜାଳି ଉତ୍ସବ ପାନଳ କରିବା ପାଇଁ ଜନସାଧାରଣଙ୍କୁ ଶ୍ରୀ ସାହୁ ନିବେଦନ କରିଛନ୍ତି । ଯାହାକି ଏକ ସବୁଜ ସୁନ୍ଦର ପରିବେଶ ତିଆରିରେ ବେଶ୍ ସହାୟକ ହୋଇପାରିବ । ସବୁଜ ଦୀପାବଳୀର ବାର୍ତ୍ତାଟିକୁ ବ୍ୟାପକ ଭାବରେ ପ୍ରସାର ପାଇଁ ସୁଶାନ୍ତଙ୍କ ଏହି ଉଦ୍ୟମକୁ ବଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ