ବାଣାୟତ ଓଡ଼ିଆ ସମାଜ ଗୃହ ପାଇଁ ଭୂମିପୂଜା

ବୁଗୁଡା,(ଅନିଲ କୁମାର ମହାରଣା): ବୁଗୁଡା ବ୍ଲକର ମାଣିତରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନଗୁଡୁ ଗ୍ରାମର ବାଣାୟତ ଓଡ଼ିଆ ସମାଜ ଗୃହ ନିର୍ମାଣ ପାଇଁ ଭୂମିପୂଜା ଗୁରୁବାର ଦିନ ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି। ମୋ ଗାଁ ମୋ ବିକାଶ ଯୋଜନାରେ ୩ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର ଭୂମିପୂଜା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ସଦସ୍ୟାଙ୍କ ପ୍ରତିନିଧି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ସମିତି ସଭ୍ୟା ଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ, ବାଣାୟତ ସମାଜ ନଗୁଡୁ ଗ୍ରାମ ସଭାପତି ମୋଚିରାମ ପରିଡା, ସମ୍ପାଦକ ରଙ୍କନିଧି ସାହୁ, କେଦାରନାଥ ଖଟେଇ, ଦଣ୍ଡପାଣି ସ୍ଵାଇଁ ଓ ସମାଜର  ଅନ୍ୟାନ୍ୟ  ସଦସ୍ୟ ବୃନ୍ଦ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ