ବାଣାୟତ ଓଡ଼ିଆ ସମାଜ ପକ୍ଷରୁ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :- ନିଖିଳ ଉତ୍କଳ ବାଣାୟତ ଓଡ଼ିଆ ସମାଜ ଗଞ୍ଜାମ ଜିଲ୍ଲା ପକ୍ଷରୁ ଜୁନ ୧୯ ତାରିଖ ଦିନ ବୁଗୁଡା ସହରରେ ଓଡ଼ିଶା ରାଜ୍ୟ ସରକାରଙ୍କ ଶ୍ରମ,ନିଯୁକ୍ତି ଓ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପ୍ରଥମ ଥର ପାଇଁ ବାଣାୟତ ଓଡ଼ିଆ ସମାଜର ଜଣେ ଭାଇ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇଥିବା ଯୋଗୁଁ ବାଣାୟତ ଓଡ଼ିଆ ସମାଜରେ ଖୁସି ଓ ଉତ୍ସାହ ଦେଖିବାକୁ ମିଳିଛି । ବୁଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ ର ନବ ନିର୍ବାଚିତ ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନଙ୍କ ସମ୍ପୂର୍ଣ୍ଣ ସହଯୋଗରେ ବୁଗୁଡା ସହରରେ ବାଣାୟତ ଓଡ଼ିଆ ସମାଜ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯିବା ବ୍ୟବସ୍ଥା ହୋଇଥିଲା । ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇଥିବା ବେଳେ ନିଖିଳ ଓଡିଶା ବାଣାୟତ ଓଡ଼ିଆ ସମାଜର ରାଜ୍ୟ ସଭାପତି ସନ୍ତୋଷ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ । ହିଂଜିଳିକାଟୁ ମୁନିସିପାଲଟି ନଗରପାଳ ସୁବାସ ଚନ୍ଦ୍ର ପୋଲାଇ, ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୋଲସରା ବ୍ଲକ ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା ଝୁନୁ ଦାସ, ସାନଖେମୁଣ୍ଡି ବ୍ଲକ ଜିଲ୍ଲା ପରିଷଦ ସଦସ୍ୟ ଅମିନ ପ୍ରଧାନ, ବେଲଗୁଣ୍ଠା ବ୍ଲକ ଜିଲ୍ଲା ପରିଷଦ ସଦସ୍ୟା, ବାଣାୟତ ଓଡ଼ିଆ ସମାଜ ଗଞ୍ଜାମ ଜିଲ୍ଲା ସଭାପତି ଗନ୍ଧର୍ବ ପ୍ରଧାନ ଓ ତାଲୁକା ସଭାପତି ପ୍ରମୋଦ ଚନ୍ଦ୍ର ପ୍ରଧାନ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ବାଣାୟତ ଓଡ଼ିଆ ସମାଜ ପକ୍ଷରୁ ମାନ୍ୟବର ମନ୍ତ୍ରୀ ଶ୍ରୀ ସାହୁଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହ ଅତିଥି ଭାବେ ଯୋଗଦେଇଥିବା ବାଣାୟତ ଓଡ଼ିଆ ସମାଜର ନବ ନିର୍ବାଚିତ ଲୋକପ୍ରତିନିଧି ଓ ତିନି ସଭାପତିଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ବାଣାୟତ ଓଡ଼ିଆ ସମାଜର ବହୁ ସଂଖ୍ୟକ ସଦସ୍ୟ ଯୋଗଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ