ବାଣୀବିହାର ଉଠାଦୋକାନ ଉଚ୍ଛେଦ ବେଳେ ଉତ୍ତେଜନା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପ୍ରବାସୀ ଭାରତୀୟ ସମ୍ମିଳନୀ ପାଇଁ ରାଜଧାନୀ ଭୁବନେଶ୍ୱରର ଗରିବ ଲୋକଙ୍କୁ ଏକ ପ୍ରକାର ବଳି ପକାଇବାକୁ ଲାଗିଛନ୍ତି ରାଜ୍ୟ ସରକାର । ଗୁରୁବାର ସକାଳ ୭ ଘଟିକା ସମୟରେ ପୋଲିସ୍ ଓ ବିଏମ୍‌ସିର ୨ଶହ କର୍ମଚାରୀ ୫ଟି ଡ୍ରୋଜର ଧରି ବାଣୀବିହାରରେ ଥିବା ୫୦ଟି ଦୋକାନ ଉଚ୍ଛେଦ କରିବା ପାଇଁ ପହଞ୍ôଚ ଯାଇଥିଲେ । ହଠାତ୍ ରାକ୍ଷସଙ୍କ ଭଳି ବୁଲ୍ ଡ୍ରୋଜର ଗୋଟିଏ ପରେ ଗୋଟିଏ ଦୋକନ ଉଚ୍ଛେଦ କରି ଚାଲିଥିଲା । ଦୋକାନୀ ମାଲିକମାନେ ଘରୁ ଆସି ଦୋକାନ ପାଖରେ ପହଞ୍ôଚଲା ବେଳକୁ ଦୋକାନସବୁ ମାଟିରେ ମିଶିଯାଇଛି ଓ ଦୋକାନର ଆସବାବ ପତ୍ର କାଢି ନପାରି ଅତ୍ୟନ୍ତ ଦୁଃଖରେ ମ୍ରିୟମାଣ ହୋଇପଡ଼ିଥିଲେ । ଉଚ୍ଛେଦ ସମୟରେ ଅଶୋକ ପାଇକରାୟଙ୍କ ଓମ୍‌ଫେଡ଼ରେ ଥିବା ପାଖାପାଖି ୧୦ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ ହୋଇଥିବା ବେଳେ ଅନ୍ୟ ଦୋକାନୀମାନଙ୍କ ପାଖାପାଖି ୫୦ ଲକ୍ଷ ଟଙ୍କାରୁ ଅଧିକ ସାମଗ୍ରୀ ନଷ୍ଟ ହୋଇଛି ବୋଲି ଦୋକାନୀମାନେ କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ପ୍ରକାଶଥାଉକି, ଭୁବନେଶ୍ୱରରେ ହକି ଖେଳ ସମୟରେ ଉଠାଦୋକାନ ଉଚ୍ଛେଦ କରି ବିଜେଡ଼ି ସରକାରର ପତନ ଘଟିଥିବା ବେଳେ ବର୍ତ୍ତମାନର ବିଜେପି ସରକାର ସେହି ଉଠାଦୋକାନୀମାନଙ୍କୁ ମନଇଚ୍ଛା ଉଚ୍ଛେଦ କରି ଚାଲିଥିବାରୁ ବିଜେପି ସରକାରର ମଧ୍ୟ କେଉଁ ସମୟରେ ପତନ ଘଟିବ ତାହା କେହି କହିପାରିବ ନାହିଁ । ବିଜେପିର ଏହି ଉଚ୍ଛେଦ ନୀତିକୁ ଉଠାଦୋକାନୀମାନେ ତୁଣ୍ଡ ବାଇଦ ସହସ୍ରକୋଷ ଭଳି ପ୍ରଚାର କରି ବିଜେପି ସରକାରର ପତନ ଘଟାଇବା ପାଇଁ ଉଦ୍ୟମ କରିପାରନ୍ତି । ନିଖିଳ ଓଡ଼ିଶା ରାସ୍ତାପାଶ୍ୱର୍ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ କହିଛନ୍ତି ଯେ, ଉଠାଦେକାନ ଆଇନରେ ଅଛି ପ୍ରତ୍ୟେକ ଫୁଟପାଥର ଏକ ତୃତୀୟାଂଶ ହେଉଛି ଉଠାଦୋକାନୀ ମାନଙ୍କର । କିନ୍ତୁ ଯେଉଁମାନେ ଫୁଟପାଥରେ ଏକ ତୃତୀୟାଂଶରେ ବସି ବ୍ୟବସାୟ କରୁଛନ୍ତି, ସେମାନଙ୍କୁ ବିଏମ୍‌ସି ଉଚ୍ଛେଦ କରିବା ନିୟମ ବିରୋଧୀ । ଦରକାର ପଡ଼ିଲେ ବିଏମ୍‌ସିକୁ କାଠଗଡ଼ାକୁ ଟଣାଯିବ ବୋଲି ଶ୍ରୀଯୁକ୍ତ ସାହୁ କହିଛନ୍ତି । ଆଗାମୀ ୭ ତାରିଖ ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ କରାଯିବ ବୋଲି ଶ୍ରୀଯୁକ୍ତ ସାହୁ ଚେତାବନୀ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ