ବାଣ ବିସ୍ପୋରଣ ଘଟି ସ୍ବାମୀ ମୃତ

(ଯୁଗାବ୍ଦ ନ୍ୟୁଜ୍)-ବାଣ ଭିଡୁଥିବା ବେଳେ ଅଘଟଣ  । ଏଭଳି ଏକ ଦୁଖଦ ଘଟଣା ଘଟିଛି ନୟାଗଡ ଜିଲ୍ଲା ଶରକୁଳ ଥାନା ଅର୍ନ୍ତଗତ ଖଡୁଆସାହିରେ ବାଣ ବିସ୍ପୋରଣ ଘଟି ସ୍ବାମୀ ଙ୍କର ମୃତ୍ୟ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର । ମୃତକ ଜଣକ ହେଲେ ଅଖିଳ ସାହୁ । ଗୁରୁତର ଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଘରେ ବସି ବାଣ ଭିଡୁଥିବା ବେଳେ ହଠାତ ବାଣ ବିସ୍ପୋରଣ ହୋଇ ଅନ୍ୟ ସବୁ ବାଣରେ ନିଆଁ ଲାଗି ବିସ୍ପୋରଣ ହେବା ସହ ଘରେ ମଧ୍ୟ ନିଆଁ ଲାଗିଯାଇଥିଲା।ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁ ଆୟତ୍ତ କରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ